Odisha Link
Bridging the Missing Links in Odisha

ନରସିଂହପୁର: ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼

କଟକ: ଆଉ ମାତ୍ର ଦୁଇଦିନ ପରେ ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ଆରମ୍ଭ ହେଉଥିବା ବେଳେ କଟକ ଜିଲ୍ଲା ନରସିଂହପୁର ନିର୍ବାଚନ ମଣ୍ଡଳିରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଗତ ରାତିରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି।

ରବିବାର ରାତିରେ କାଠଖୁଣ୍ଟୁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶୀଳ ମଲ୍ଲିକଙ୍କ ଘର ଉପରକୁ ବୋମାମାଡ଼ ହୋଇତିବା ନେଇ ଅଭିଯୋଗ ହୋଇଛି। ଆକ୍ରମଣରେ ଘରର ଆଜବେଷ୍ଟସ୍‌ ଛାତ ଓ ଘରଭିତରେ ଥିବା କାଠ ଆସବାବପତ୍ର ନଷ୍ଟ ହୋଇଛି। ଖବର ଲେଖାହେବା ସୁଦ୍ଧା ଆକ୍ରମଣକାରୀଙ୍କ ବାବଦରେ କୌଣସି ସୂଚନା ମିଳିନାହିଁ।

Leave A Reply

Your email address will not be published.