Odisha Link
Bridging the Missing Links in Odisha

ମମିତା ହତ୍ୟାକାଣ୍ଡ ମାମଲା: ଭିଡିଓ ଜାରି କରି ମନ୍ତ୍ରୀ ମିଶ୍ରଙ୍କୁ ଘେରିଲା କଂଗ୍ରେସ

ଭିଡିଓ ଜାରି କରି ଦିବ୍ୟ ଶଙ୍କର ମିଶ୍ରଙ୍କୁ ଘେରିଛି। ଯେଉଁ ଭିଡିଓରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରାୟପୁର ବିମାନ ବନ୍ଦରରେ ଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ରାୟପୁର ଯାଇଥିବା ନେଇ ଦିବ୍ୟଶଙ୍କର ମିଶ୍ର ପୂର୍ବରୁ ମନା କରୁଥିଲେ।

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ରାଜ୍ୟରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ। ହେଲେ ଏହାରି ପୂର୍ବରୁ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି ପୁଲିସ। ଦାଖଲ ଚାର୍ଜସିଟ୍‌ରେ ୨ ଜଣଙ୍କ ନାଁ ରହିଛି। ହେଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ବଡ଼ ଖୁଲାସା କରିଛି କଂଗ୍ରେସ।

ଆଜି କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏକ ଭିଡିଓ ଜାରି କରି ଦିବ୍ୟ ଶଙ୍କର ମିଶ୍ରଙ୍କୁ ଘେରିଛି। ଯେଉଁ ଭିଡିଓରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରାୟପୁର ବିମାନ ବନ୍ଦରରେ ଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ରାୟପୁର ଯାଇଥିବା ନେଇ ଦିବ୍ୟଶଙ୍କର ମିଶ୍ର ପୂର୍ବରୁ ମନା କରୁଥିଲେ।

ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ୨୦୨୧ ଅକ୍ଟୋବର ୧୫ ତାରିଖ ଦିନ ୧୧ଟା ୫୮ ମିନିଟ୍‌ରେ ରାୟପୁର ବିମାନ ବନ୍ଦରର ଟିକେଟ୍ ଯାଞ୍ଚ କାଉଣ୍ଟରରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ଉପସ୍ଥିତ ଥିଲେ। ଏହି ଫୁଟେଜ୍ ସାମ୍ନାକୁ ଆସିବା ପରେ ମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ଭିଡିଓ ସାମ୍ନାକୁ ଆସିବା ପରେ ବିରୋଧୀଙ୍କ ଆଭିମୁଖ୍ୟ କଣ ରହିବ ଏବଂ ସରକାର ଏହା ଉପରେ କଣ ଉତ୍ତର ରଖିବେ ତାହା ଦେଖିବା ବାକି ରହିଲା।

Leave A Reply

Your email address will not be published.