Odisha Link
Bridging the Missing Links in Odisha

ଆଶାୟୀ ପ୍ରାର୍ଥୀଙ୍କ ଲିଖିତ ପରୀକ୍ଷା କଲା ଗାଁ କ୍ଲବ୍, ପାସ୍‌ କଲେ ଭୋଟ୍

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟିଂ ସରିଥିବା ବେଳେ ଶୁକ୍ରବାର ସାରା ରାଜ୍ୟରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ। ଏହାପୂର୍ବରୁ ସରପଞ୍ଚ ଓ ସମିତିସଭ୍ୟ ଆଶାୟୀ ପ୍ରାର୍ଥୀ ଦେଇଛନ୍ତି ଲିଖିତ ପରୀକ୍ଷା। ଏହି ପରୀକ୍ଷାରେ ଯେଉଁ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହେବେ ସେହି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ ଗ୍ରାମବାସୀ। ସୁନ୍ଦରଗଡ଼ ହେମଗିରି ବ୍ଲକ୍ ମୁଣ୍ଡରକ୍ଷେତ ଗ୍ରାମରୁ ଆସିଛି ଏଭଳି ରୋଚକ ଦୃଶ୍ୟ।

ସୂଚନାଯୋଗ୍ୟ, ମୁଣ୍ଡରକ୍ଷେତ ପଞ୍ଚାୟତରେ ୫ ଜଣ ସରପଞ୍ଚ ଓ ୯ ଜଣ ସମିତିସଭ୍ୟ ପ୍ରାର୍ଥୀ ରହିଥିବା ବେଳେ, ଜଣେ ସରପଞ୍ଚ ପ୍ରାର୍ଥୀ ଓ ୫ ଜଣ ସମିତିସଭ୍ୟ ପ୍ରାର୍ଥୀଙ୍କ ଲିଖିତ ପରୀକ୍ଷା କରାଇଛି ମୁଣ୍ଡରକ୍ଷତ ଗାଁର ଓଁ ଶିବାୟ କ୍ଲବ ।

ସମିତି ସଭ୍ୟର କାର୍ଯ୍ୟ କଣ, ଆଗାମୀ ୫ ବର୍ଷର ଲକ୍ଷ୍ୟ କଣ, ପ୍ରାର୍ଥୀ ହେବାର କାରଣ, ଆଦର୍ଶ ପଂଚାୟତର ରୂପରେଖ କଣ, ଗତ ସରପଞ୍ଚ ଓ ସମିତିସଭ୍ୟଙ୍କ କାର୍ଯ୍ୟକଳାପ ବିଷୟରେ, ପଞ୍ଚାୟତରେ ଲୋକେ ସରକାରୀ ଯୋଜନାର ଲାଭ ପାଇଛନ୍ତି କି ଯଦି ହଁ ତେବେ ସେଥିମଧ୍ୟରୁ ୧୦ଟି ଯୋଜନା ଉଲ୍ଲେଖ କରିବା ଭଳି ୬ଟି ପ୍ରଶ୍ନର ଉତ୍ତର ଲିଖିତ ଭାବେ ଦେବାକୁ ପଡିଛି ସମସ୍ତ ପ୍ରାର୍ଥୀଙ୍କୁ । ପରୀକ୍ଷାର ଉତ୍ତର ଗାଁ ଲୋକଙ୍କ ଆଗରେ ପଢ଼ାଯାଇଥିଲା।

ଏଭଳି ଘଟଣା ରାଜ୍ୟରେ ପ୍ରଥମଥର ପାଇଁ ଦେଖିବାକୁ ମିଳିନାହିଁ। ନିକଟରେ କୁତ୍ରା ବ୍ଲକ୍‌ ମାଲୁପଡ଼ା ଗାଁରେ ଆଶାୟୀ ପ୍ରାର୍ଥୀଙ୍କ ଲିଖିତ ପରୀକ୍ଷା କରାଇଥିଲେ ଗ୍ରାମବାସୀ।

Leave A Reply

Your email address will not be published.