Odisha Link
Bridging the Missing Links in Odisha

କାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୫୬.୫୩ ଲକ୍ଷ ମତଦାତା ଦେବେ ଭୋଟ୍‌

ଓଏଲ୍‌ ବ୍ୟୁରୋ: ସରିଛି ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଆସନ୍ତାକାଲି ଅର୍ଥାତ୍‌ ରବିବାର ଦିନ ରାଜ୍ୟ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ।

ରାଜ୍ୟର ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଞ୍ଚାୟତରେ ଉଭୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ନିମନ୍ତେ ରାଜ୍ୟର ୫୬.୫୩ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୮,୪୯୫ଟି ବୁଥ୍ ଚୂଡ଼ାନ୍ତ ହୋଇଥିବାବେଳେ ସେଥିରୁ ୨,୭୭୩ଟି ଉତ୍ତେଜନାପ୍ରବଣ ବୋଲି ଚିହ୍ନଟ ହୋଇଛି।

ଆଜି ରାଜ୍ୟ ନିର୍ବାଚନ କମିଶନର ସଚିବ ରବୀନ୍ଦ୍ରନାଥ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ କେବଳ ଝାରସୁଗୁଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ଅନୁଷ୍ଠିତ ହେବ। ଏହି ବ୍ଲକଗୁଡ଼ିକରେ ୧୭୧ଟି ଜିଲ୍ଲା ପରିଷଦ ଜୋନରେ ମୋଟ ୬୭୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ମୋଟ ୫୬.୫୪ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

ସୂଚନାଯୋଗ୍ୟ, ଆସନ୍ତାକାଲି ମତଦାନ ପରେ ଆଉ ଦୁଇଟି ପର୍ଯ୍ୟାୟ ଭୋଟ ଫେବୃୟାରୀ ୨୨ ଓ ୨୪ତାରିଖରେ ହେବ । ଏହି ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣର ଗଣତି ଫେବୃୟାରୀ ୨୬ରୁ ୨୮ତାରିଖ ମଧ୍ୟରେ ହେବ । ସୂଚନାଯୋଗ୍ୟ, ଦୁଇଟି ପର୍ଯ୍ୟାୟରେ ମୋଟ ୩୦ଟି ଜିଲ୍ଲାର ୧୩୯ଟି ବ୍ଲକରେ ୩୮୬ଟି ଜିଲ୍ଲା ପରିଷଦ ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇସାରିଛି।

Leave A Reply

Your email address will not be published.