Odisha Link
Bridging the Missing Links in Odisha

୨୩ରେ ସାନି ମତଦାନ, ମୋଟ ୪୬ଟି ସ୍ଥାନରେ ହେବ ଭୋଟିଂ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ସରିଛି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଆଉ ଆସନ୍ତାକାଲି ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଶେଷ। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର। ଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯେଉଁ ୪୬ଟି ସ୍ଥାନରେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଯୋଗୁଁ ନିର୍ବାଚନକୁ ବାତିଲ କରାଯାଇଥିଲା।

ଏବେ ସେ ସବୁ ଭୋଟ୍‌ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଆସନ୍ତା ୨୩ ତାରିଖରେ ପୁନଃ ଭୋଟ୍‌ ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ସେସବୁ ଭୋଟ୍‌ ଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ବିଭିନ୍ନ କାରଣ ଯୋଗୁଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ୨୬ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଏବେ ଏହି ସବୁ ସ୍ଥାନରେ ସାନି ମତଦାନ ହେବ।

Leave A Reply

Your email address will not be published.