କାଲି ୪ର୍ଥ ପର୍ଯ୍ୟାୟ ଭୋଟିଂ

ଓଏଲ୍ ବ୍ୟୁରୋ: ରାତି ପାହିଲେ ରାଜ୍ୟରେ ଅନୁଷ୍ଠିତ ହେବ ୪ର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ୪ର୍ଥ ପର୍ଯ୍ୟାୟରେ ମୋଟ୍ ୨୭ ଟି ଜିଲ୍ଲାରେ ନିର୍ବାଚନ ହେବ ।
ମଙ୍ଗଳବାର ରାଜ୍ୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକରେ ନିର୍ବାଚନ ହେବ। ୧୨୫୪ ପଞ୍ଚାୟତର ୧୭,୦୮୯ ବୁଥରେ ମତଦାତା ତାଙ୍କର ମତଦାନ ସାବ୍ୟସ୍ତ କରିବେ। ୧୬୩ ଜିଲା ପରିଷଦ ଜୋନ ପାଇଁ ହେବ ମତଦାନ। ମଇଦାନରେ ୬୬୭ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ମୋଟ ୫୧ ଳକ୍ଷ ୩୧ ହଜାର ୭୨୭ ଭୋଟର ନିଜର ମତଦାନ କରିବେ।
ଆସନ୍ତାକାଲି ନିର୍ବାଚନ ସରିବା ପରେ ଆଗାମୀ ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ୨୬,୨୭ ଓ ୨୮ ତାରିଖରେ ଭୋଟ ଗଣିତ ହେବ।