Odisha Link
Bridging the Missing Links in Odisha

ରାତି ୧୦ରେ ଉଠିବ ମହାଦୀପ

ଓଏଲ୍‌ ବ୍ୟୁରୋ: ମଙ୍ଗଳବାର ଅର୍ଥାତ୍‌ ମାର୍ଚ୍ଚ ୧ ତାରିଖରେ ପାଳନ ହେବ ମହାଶିବରାତ୍ରୀ। ଭୋଳାବାବାଙ୍କ ମହାପର୍ବକୁ ସୁରୁଖୁରୁରେ କରିବା ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ ଆରମ୍ଭ ହୋଇଛି ବୈଠକ। ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ବର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ସମନ୍ବୟ ବୈଠକ। ଏଥିସହିତ ମଙ୍ଗଳବାର ରାତି ୧୦ଟାରେ ମହାଦୀପ ଉଠିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

କେବଳ ସେତିକି ନୁହେଁ ବୈଠକରେ ଆଉ କିଛି ନିଷ୍ପତ୍ତି ମଧ୍ୟ ନିଆଯାଇଛି। ମନ୍ଦିର ଭିତରେ କୋଭିଡ କଟକଣା ମଧ୍ୟରେ ଭକ୍ତମାନେ ଦୀପ ଜାଳିପାରିବେ। ମନ୍ଦିରର ଗର୍ଭଗୃହ ଭିତରକୁ ଭକ୍ତମାନେ ପ୍ରବେଶ କରିପାରିବେ ନାହିଁ। ଆଡ଼କାଠ ନିକଟରୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।

ସମନ୍ବୟ ବୈଠକ ନିଷ୍ପତ୍ତି ଅନୁଯାୟୀ, ଶିବରାତ୍ରୀ ଦିନ ରାତି ୩ ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବା ସହ ସକାଳ ୫ ଟା ଯାଏଁ ସେବାୟତଙ୍କ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ। ୫ଟା ପରଠାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ।

Leave A Reply

Your email address will not be published.