Odisha Link
Bridging the Missing Links in Odisha

ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଗଣତି କେମିତି ହୁଏ ? ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ରାଜ୍ୟରେ ସରିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ହେବ ନିର୍ବାଚନ । ୧୩୧ ଜିଲ୍ଲା ପରିଷଦ ଜୋନ୍ ରେ ୫୨୦ ପ୍ରାଥି ପ୍ରତିଦ୍ବନ୍ଦିତା କରୁଛନ୍ତି ।। ୧୩,୫୧୪ ବୁଥ ରୁ ୨୦୨୭ ଟି ବୁଥ ସମ୍ବେଦନଶୀଳ ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫ ଜିଲ୍ଲାରେ ନିର୍ବାଚନ ଶେଷ ହୋଇଥିବାରୁ ସେଠାରେ ନିୟୋଜିତ ହୋଇଥିବା ପୋଲିସ ବାହିନୀ କୁ ଏହି 25 ଜିଲ୍ଲାରେ ଅତିରିକ୍ତ ଭାବେ ନିୟୋଜିତ କରାଯାଇଛି ।

ଆସନ୍ତାକାଲି ନିର୍ବାଚନ ନିର୍ବାଚନ ଶେଷ ହେବା ପରେ ୨୬ ତାରିଖରୁ ଭୋଟ ଗଣତି ଆରମ୍ଭ ହେବ। ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ପାଇଁ ବ୍ଲକରେ ସେଣ୍ଟ୍ରାଲ କାଉଣ୍ଟିଂ ବ୍ୟବସ୍ଥା ହୋଇଛି। ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ଜିଲ୍ଲା ପରିଷଦ ଜୋନ ଅନୁସାରେ ନନ୍‌ ଷ୍ଟପ ଗଣତି ହେବ। ଯେ ପର୍ଯ୍ୟନ୍ତ ଗୋଟିଏ ଜୋନର ଗଣତି ଶେଷ ନହେବ ଗଣତି ବନ୍ଦ ହେବ ନାହିଁ। ଗୋଟିଏ ଜୋନର ଗଣତି ସରିବା ପରେ ଆଉ ଗୋଟିଏ ଜୋନର ଭୋଟ ଗଣତି ଆରମ୍ଭ ହେବ।

୨୬ରୁ ୨୮ କେମିତି ଭୋଟ ଗଣତି ହେବ ସେ ନେଇ ଜାଣନ୍ତୁ।

– ୩୧୪ ବ୍ଲକରେ ଭୋଟ ଗଣତି ହେବ। ସେଥିପାଇଁ ସବୁ ବ୍ଲକରେ ବଡ ହଲର ବ୍ୟବସ୍ଥା କରାଯାଇଛି।

– ଭୋଟ ଗଣତି କେନ୍ଦ୍ରରେ ପ୍ରତି ଜୋନ୍ ରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ଗଣତି ପାଇଁ ସେତିକି ଟେବୁଲ ରହିବ। ଗୋଟଏ ହଲରେ ସର୍ବାଧିକ ୧୦ ଟି ଟେବୁଲ ରହିବ।

– ଓଡ଼ିଆ ଆଲଫାବେଟ ଅନୁଯାୟୀ ଗ୍ରାମ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ । ଗୋଟିଏ ଟେବୁଲ ଭୋଟ ଗଣତି ପାଇଁ ୪ ଜଣ ଅଧିକାରୀ ରହିବେ। ଜଣେ କଉଣ୍ଟିଂ ସୁପର ଭାଇଜର, ଦୁଇ ଜଣ କଉଣ୍ଟିଂ ଆସିଷ୍ଟାଣ୍ଟ ଆଉ
ଜଣେ ଗ୍ରୁପ ଡ଼ି କର୍ମଚାରୀ ରହିବେ ।

– କେଉଁ ଟିମ କେଉଁ ଟେବୁଲ ରେ ବିସିବେ ସେ ନେଇ ଗୁଳା ପଡି ନିଷ୍ପତ୍ତି ନିଆଯିବ। ଜଣେ ପ୍ରାର୍ଥୀଙ୍କ ପାଇଁ ଜଣେ ଏଜେଣ୍ଟ ରହିବେ।

– ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଗଣନା କରାଯିବ। ଯେଉଁ ବ୍ଲକରେ ୫ ଟି ଜିଲ୍ଲାପରିଷଦ ଜୋନ ଥିବ ପ୍ରଥମ ଦିନ ଗୋଟିଏ, ଦ୍ବିତୀୟ ଦିନ ୨ଟି ତୃତୀୟ ଦିନ ୨ଟି ଜିଲ୍ଲାପରିଷଦ ଜୋନରେ ଗଣତି ହେବ। ଯେଉଁ ବ୍ଲକରେ ୬ଟି ଜିଲ୍ଲା ପରିଷଦ ଜୋନ ଥିବ ପ୍ରତିଦିନ ୨ଟି ଜୋନର ଭୋଟ ଗଣତି ହେବ।

– ଯେତେ ଜଣ ପ୍ରାର୍ଥୀ ଥିବେ ସେତିକି ଟି ଟ୍ରେ ଟେବୁଲରେ ରହିବ। ଆଉ ଗୋଟିଏ ଟ୍ରେ ନାକଚ ବାଲଟ ପେପର ପାଇଁ ରହିବ। କାଉଣ୍ଟିଙ୍ଗ ପାଇଁ ଧାର୍ଯ୍ୟ ହୋଇଥିବା ସମୟର ୧୫ ମିନିଟ ପୂର୍ବରୁ ବାଲଟ ବକ୍ସ ଗଣତି ହଲକୁ
ଅଣା ଯିବ।

– ବାଲଟ ବକ୍ସର ସିଲ ଖୋଲାଯିବା ପରେ ଟେବୁଲ ଉପରେ ବାଲଟ ପେପରକୁ ଢ଼ଳାଯିବ। ତା ପରେ ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ରଖାଯିବ। ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ
ତା ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଭୋଟ ଗଣନା ହେବ। ବ୍ଲକ କାର୍ଯ୍ୟାଳୟରେ ଫେଜ ୱାଇଜ ଫଳାଫଳ ଘୋଷଣା ହେବ ।

Leave A Reply

Your email address will not be published.