Odisha Link
Bridging the Missing Links in Odisha

ବାଜିଲା ବିଗୁଲ, ଏହି ତାରିଖରୁ ଆରମ୍ଭ ହେବ IPL ମହାକୁମ୍ଭ

ଓଏଲ୍‌ ବ୍ୟୁରୋ: ବାଜିଲା ଆଇପିଏଲ ବିଗୁଲ। ଘୋଷଣା ହେଲା ତାରିଖ। ଆଇପିଏଲର ୧୫ ତମ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଏନେଇ ଗୁରୁବାର ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତଥର ଏହି ମେଗା ଟୁର୍ଣ୍ଣାମେଣ୍ଟ ମୁୁମ୍ବାଇ ଓ ପୁନେର ୪ଟି ଷ୍ଟାଡିୟମରେ ଆୟୋଜିତ ହେବ। ଚଳିତ ଥର ୧୦ଟି ଟିମ୍‌ ଦେଖାଇବେ ଜଲଓ୍ବା।

ଶ୍ରୀଲଙ୍କା-ଭାରତ ସିରିଜର ୧୧ ଦିନ ପରେ ଆରମ୍ଭ ହେବ ଆଇପିଏଲର ୧୫ତମ ସଂସ୍କରଣ। ତେବେ ଫାଇନାଲ୍ ମ୍ୟାଚର ତାରିଖ ଘୋଷଣା କରାଯାଇନାହିଁ। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ମାର୍ଚ୍ଚ ୧୫ ତାରିଖରେ ଶେଷ ହେବ। ଏହା ପରେ ଭାରତୀୟ ଖେଳାଳି ମାନେ ନିଜ ନିଜର ଫ୍ରାଞ୍ଚାଇଜି ସହ ଯୋଗ ଦେବା ପୂର୍ବରୁ କ୍ୱାରେଣ୍ଟାଇନରେ ରହିବେ।

ଟୁର୍ଣ୍ଣାମେଣ୍ଟରେ ଏଥର ରେକର୍ଡ ୭୦ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଲିଗ୍ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ ଓ ପୁଣେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ୫୫ଟି ମ୍ୟାଚ୍ ମୁମ୍ବାଇରେ ଖେଳାଯିବାକୁ ଥିବା ବେଳେ ପୁନେରେ ୧୫ଟି ମ୍ୟାଚ୍ ଅନୁଷ୍ଠିତ ହେବ।

ଆଇପିଏଲର ଫାଇନାଲ୍ ମେ’ ୨୯ ତାରିଖରେ ଖେଳାଯିବ। ତେବେ ଫାଇନାଲ୍ ଓ ପ୍ଲେଅଫ୍ ପାଇଁ ତାରିଖ ଓ ଭେନ୍ୟୁର ଘୋଷଣା କରାଯାଇନାହିଁ। କିନ୍ତୁ ରିପୋର୍ଟ ମୁତାବକ ଏସବୁ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇପାରେ।

Leave A Reply

Your email address will not be published.