ପୋଲାଣ୍ଡ-ହଙ୍ଗେରୀ ସାଜିବେ ସେତୁବନ୍ଧ, ଏହି ବାଟ ଦେଇ ୟୁକ୍ରେନ୍ରୁ ସ୍ବଦେଶ ଫେରିବେ ଭାରତୀୟ
ଫସିରହିଥିବା ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିବା ହେଉଛି ଭାରତ ସରକାରଙ୍କ ପ୍ରାଥମିକତା। ଏଥିସହିତ ଭାରତୀୟ ଦୂତବାସ ମଧ୍ୟ ଆଡଭାଇଜରୀ ଜାରି କରିଛି।

ଓଏଲ୍ ବ୍ୟୁରୋ: ଋଷ-ୟୁକ୍ରେନ୍ ମଧ୍ୟରେ ଆରମ୍ଭ ହୋଇ ଯାଇଛି ମହାଯୁଦ୍ଧ। ୟୁକ୍ରେନ୍ ଉପରେ ଋଷର ଆକ୍ରମଣ। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ସଙ୍କଟ ତୀବ୍ର ହୋଇଥିବା ବେଳେ ୟୁକ୍ରେନ୍ରେ ୭୦ଟି ମିଲିଟାରୀ ବେଶକୁ ଧ୍ୱଂଶ କରିଦେଇଛି ରୁଷ ସେନା। ପାଖାପାଖି ୧୧ଟି ଏୟାର ବେଶ ସହ ମୋଟ ୭୦ଟି ମିଲିଟାରୀ ବେଶକୁ ନଷ୍ଠ କରିଦେଇଥିବା ରୁଷ ଦାବି କରିଛି। ଆକାଶ ମାର୍ଗରୁ ରୁଷ ମିଶାଇଲ ମାଡ଼ ଜାରି ରଖିଛି।
ଏସବୁ ମଧ୍ୟରେ ୟୁକ୍ରେନ୍ରେ ଫସି ରହିଛନ୍ତି ଭାରତୀୟ ନାଗରିକ। ଫସିରହିଥିବା ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିବା ହେଉଛି ଭାରତ ସରକାରଙ୍କ ପ୍ରାଥମିକତା। ଏଥିସହିତ ଭାରତୀୟ ଦୂତବାସ ମଧ୍ୟ ଆଡଭାଇଜରୀ ଜାରି କରିଛି। ପୋଲାଣ୍ଡ ଓ ହଙ୍ଗେରୀ ଦେଇ ୟୁକ୍ରେନ୍ରୁ ଭାରତୀୟ ନାଗରିକଙ୍କୁ ସ୍ବଦେଶ ଆଣିବା ପାଇଁ ଯୋଜନା କରିଛନ୍ତି ଭାରତ ସରକାର। କେବଳ ସେତିକି ନୁହେଁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ୟୁକ୍ରେନ୍ରୁ ବାହାର କରିବା ପାଇଁ ହଙ୍ଗେରୀ ଦୂତାବାସ ପ୍ରୟାସ ଆରମ୍ଭ କରିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି।
ସୂଚନା ଯୋଗ୍ୟ, ଆଜିର ଆକ୍ରମଣରେ ୧୧ଟି ଏୟାର ବେଶ, ୩ଟି କମାଣ୍ଡ ପୋଷ୍ଟ, ଏସ-୩୦୦ର ୧୮ଟି ରାଡାର ଷ୍ଟେଶନ ଏବଂ ବକ୍ ଏମଆଇର ଆଣ୍ଟି ଏୟାର କ୍ରାଫ୍ଟ ମିଶାଇଲ ସିଷ୍ଟମକୁ ଧ୍ୱଂଶ କରି ଦେଇଛି ଋଷ। ସେହିପରି ୟୁକ୍ରେନ୍ର ସାମରିକ ହେଲିକପ୍ଟର ଏବଂ ୪ଟି ଡ୍ରୋନ୍କୁ ମାରି ଖଖସାଇ ଦେଇଛି ରୁଷ।