ରୋହିତ ଶର୍ମା କଲେନି କଲ୍, ସୋସିଆଲ ମିଡିଆରେ କ୍ଲାସ୍ ନେଲେ ରିତିକା

ଓଏଲ୍ ବ୍ୟୁରୋ: ଓ୍ବେଷ୍ଟଇଣ୍ଡିଜକୁ ଧୂଳି ଚଟାଇବା ପରେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଦମଦାର ଆରମ୍ଭ କରିଛି ହିଟ୍ ମ୍ୟାନ୍ଙ୍କ ସୁପର ଟିମ୍। ଶ୍ରୀଲଙ୍କର ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୬୨ ରନରେ ପରାସ୍ତ କରିଛି। ଯାହାକୁ ନେଇ ରୋହିତ ଶର୍ମାଙ୍କ କ୍ୟାପଟେନ୍ସିକୁ ନେଇ ଚର୍ଚ୍ଚା ହେଉଛି।
ଏସବୁ ମଧ୍ୟରେ ରୋହିତ ଶର୍ମାଙ୍କ କ୍ଲାସ୍ ନେଇଛନ୍ତି ରିତିକା। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ରୋହିତ ଶର୍ମା ସୋସିଆଲ ମିଡିଆରେ ନେକ୍ସ ଅପ୍, ଶ୍ରୀଲଙ୍କା ବୋଲି ଲେଖିଥିଲେ। ହେଲେ ରୋହିତଙ୍କ ପୋଷ୍ଟରେ ରିତିକା ଏଭଳି କିଛି କମେଣ୍ଟ ଦେଇଥିଲେ ଯେ, ପୋଷ୍ଟ ବଦଳରେ କମେଣ୍ଟ ପ୍ରତି ସମସ୍ତଙ୍କ ଧ୍ୟାନ ଯାଇଥିଲା।
ରିତିକା କମେଣ୍ଟରେ ଲେଖିଥିଲେ ଯେ, ହଁ ହଁ ଏସବୁ ଠିକ୍ ଅଛି। ତୁମେ ମୋତେ କଲ ବ୍ୟାକ୍ କରିପାରିବକି। ରୋହିତ ଫୋନ ନଉଠାଇବାରୁ ରିତିକାଙ୍କ ଏଭଳି ଅଳି ସମସ୍ତଙ୍କ ପସନ୍ଦ ଆସିଛି। ରିତିକିକାଙ୍କ ଏହି କମେଣ୍ଟସ୍କୁ ମଧ୍ୟ ପ୍ରବଳ ଲାଇକ୍ ମିଳିଛି।