Odisha Link
Bridging the Missing Links in Odisha

ହାତ ଟେକି ଦେଲା ଆମେରିକା, ମହାଯୁଦ୍ଧରେ ଏକୁଟିଆ ପଡ଼ିଗଲା ୟୁକ୍ରେନ୍‌

ଓଏଲ୍‌ ବ୍ୟୁରୋ: ଋଷ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ମହାଯୁଦ୍ଧର ପ୍ରଥମ ଦିନରେ ହିଁ ବ୍ୟାକ୍‌ଫୁଟରେ ୟୁକ୍ରେନ୍। ଗୋଟିଏ ପଟେ ଋଷ ଲଗାତାର ଆକ୍ରମଣ। ଅନ୍ୟପଟେ ଧୋକାର ଶିକାର ହେଲା ୟୁକ୍ରେନ୍। ଯୁଦ୍ଧ ଚାଲଥିବା ବେଳେ ୟୁକ୍ରେନକୁ ଲାଗିଛି ବଡ଼ ଝଟକା। ଆମେରିକା ଓ ନାଟୋ ଏହି ଯୁଦ୍ଧରେ ୟୁକ୍ରେନ୍‌କୁ ସେନା ପଠାଇବ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଆମେରିକାର ଏପରି ଆଭିମୁଖ୍ୟ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି ଆମେରିକା ଓ ନାଟୋକୁ ଭୟାଳୁ ବୋଲି କହିଛନ୍ତି।

ଗୁରୁବାର ବାଇଡେନ୍‌ କହିଛନ୍ତି ଯେ, ପୁଟିନ ଆକ୍ରମଣର ରାସ୍ତା ବାଛିଛନ୍ତି । ପୁଟିନ ଓ ଋଷ ଯାହା କରୁଛନ୍ତି ଠିକ୍ ନୁହେଁ। ଏହାର ଜବାବ ସେମାନଙ୍କୁ ମିଳିବ। ବିଶ୍ୱର ସବୁ ଦେଶ ଋଷ ବିରୋଧରେ ଅଛନ୍ତି। ସେମାନେ ଋଷ ଉପରେ କଡା ପ୍ରତିବନ୍ଧକ ଲଗାଇବେ। ଆମେରିକା ଉପରେ ଯୁଦ୍ଧର ପ୍ରଭାବ ପଡିପାରେ। ୟୁକ୍ରେନ ନାଗରିକଙ୍କ ସୁରକ୍ଷା ସେମାନଙ୍କ ପ୍ରାଥମିକତା। ସେମାନେ ସାଇବର ଆକ୍ରମଣର ଜବାବ ଦେବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି।ୟୁଏସ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ସେମାନେ ୟୁକ୍ରେନକୁ ସୈନ୍ୟ ପଠାଇବେ ନାହିଁ। ତେବେ ସେ ନାଟୋ ଦେଶ ପାଇଁ ବାହାରିବେ।

ପ୍ରଥମେ ସାହାଯ୍ୟର ପ୍ରତିଶୃତି ଦେଇଥିବା ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ବୟାନ ପରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି ଦେଇଛନ୍ତି ବଡ଼ ବୟାନ। ସେ କହିଛନ୍ତି, ଆମେରିକା ସେମତ ନାଟୋର ସମସ୍ତ ନେତା ଡର ଭୟରେ ୟୁକ୍ରେନ୍‌କୁ ନାଟୋରେ ସାମିଲି କରିଲେ ନାହିଁ। ସେମାନେ ଭୟାଳୁ କିନ୍ତୁ ଆମେ ଭୟଭୀତ ହେବକୁ ନାହିଁ।

ସେ ଆହୁରି କହିଛନ୍ତି ଯେ, ୨୭ଟି ୟୁରୋପୀୟ ନେତାଙ୍କୁ ପଚାରିଥିଲି କି ନାଟୋରେ ୟୁକ୍ରେନ୍‌ ରହିବା ଦରକାର। ହେଲେ ସମସ୍ତ ନେତା ଭୟଭୀତ। ସେଥିପାଇଁ ୟୁକ୍ରେନ୍‌କୁ ନାଟୋ ସମୁହରେ ସାମିଲ କରିଲେ ନାହିଁ। ହେଲେ ଆମେ ଡରିବୁ ନାହିଁ। ଆମେ ଋଷକୁ କଡ଼ା ଟକ୍କର ଦେବୁ। ଆମ ଦେଶର ସୁରକ୍ଷା ପାଇଁ ସବୁକିଛି କରିପାରିବୁ ବୋଲି ରାଷ୍ଟ୍ରପତି କହିଛନ୍ତି

Leave A Reply

Your email address will not be published.