Odisha Link
Bridging the Missing Links in Odisha

ଘରେ ପଶିଲେ ଗୁଳି ଚଳାଇଲେ: ସ୍ବାମୀ ମୃତ, ମେଡିକାଲରେ ସ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଗୁଳିକାଣ୍ଡରେ ଚାଲିଗଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁରର ରାଜଗଡ଼ରେ ଘଟିଛି ଗୁଳିକାଣ୍ଡ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଭ ଅରବିନ୍ଦ ମିଶ୍ର ବୋଲି ଜଣା ପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବାଇକ୍‌ରେ ୩ ଜଣ ବ୍ୟକ୍ତି ଅରବିନ୍ଦଙ୍କ ଘରକୁ ଆସିଥିଲେ। ସେମାନେ କବାଟ ବାଡ଼େଇ ଥିଲେ। ଅରବିନ୍ଦ କବାଟ ଖୋଲିବା ପରେ ସେମାନେ ଘର ଭିତରେ ଧସେଇ ପଶିଥିଲେ। ଏହା ପରେ ସେମାନେ ଅରବିନ୍ଦଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ଛାତିରେ ବାଜି ଥିଲା। ଏହି ସମୟରେ ତାଙ୍କ ପତ୍ନୀ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ତେଣୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଗୁଳି କରିଥିଲେ। ତେବେ ଗୁଳି ତାଙ୍କ ଗୋଡ଼ରେ ବାଜିଥିଲା।

ଏଥିସହିତ ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା। ଅଭିଯୁକ୍ତମାନେ ବନ୍ଧୁକରେ ତାଙ୍କ ମୁଣ୍ଡରେ ଜୋରରେ ଆଘାତ କରିଥିଲେ। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.