Odisha Link
Bridging the Missing Links in Odisha

ଏକଜିଟ୍‌ ପୋଲ କ’ଣ? ନିର୍ବାଚନ ସରିଲେ ଏହାକୁ ନେଇଁ କାହିଁକି ଲାଗିଥାଏ ଚର୍ଚ୍ଚା

ଓଏଲ୍‌ ବ୍ୟୁରୋ: ସରିଛି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ। ୧୦ ତାରିଖରେ ଆସିବ ଫାଇନାଲ ରେଜଲ୍ଟ। କେଉଁ ରାଜ୍ୟରେ କିଏ ସରକାର ଗଢ଼ିବ ସେ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ଏକଜିଟ୍‌ ପୋଲ୍। ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡରେ କାହାର ସରକାର ଗଠନ ହେବ? ସେ ନେଇ ଜାରି ହୋଇଛି ଏକଜିଟ୍ ପୋଲ୍। ତେବେ ନିର୍ବାଚନ ଆୟୋଗ ମାର୍ଚ୍ଚ ୧୦ ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରିବେ ଯାହା ଏକମାତ୍ର ତଥା ଅନ୍ତିମ ଫଳାଫଳ ହେବ। ତେବେ ନିର୍ବାଚନ ପରେ କାହିଁକି ଏକଜିଟ୍‌ ପୋଲକୁ ନେଇ ହୋଇଥଏ ତର୍କ ବିତର୍କ।

ଜାଣନ୍ତୁ ଏକଜିଟ୍‌ ପୋଲ କ’ଣ?
ମତଦାନ ପରେ ଭୋଟରଙ୍କ ମୁଡ ପରଖିଥାଆନ୍ତି କିଛି ଏଜେନ୍ସି। ଭୋଟର ମତ ସାବ୍ୟସ୍ତ କରିବା ପରେ ଏଜେନ୍ସି ପକ୍ଷରୁ ଏଜେଣ୍ଡା ମୁତାବିକ କିଛି ପ୍ରଶ୍ନ କରାଯାଇଥାଏ। ତେବେ ଭୋଟରଙ୍କ ମତାମତକୁ ନେଇ ବିଭିନ୍ନ ଏଜେନ୍ସି ଏକଜିଟ୍‌ ପୋଲ ପ୍ରସ୍ତୁତ କରିଥାନ୍ତି। ଭୋଟିଂକୁ ନେଇ ପ୍ରଶ୍ନର ଉତ୍ତର ଜାଣିବାକୁ ଏହାସହ ପୋଲିଂ ବୁଥରେ ପଚରାଯାଇଥିବାରୁ ଏହାକୁ ଏକଜିଟ୍‌ ପୋଲ ବୋଲି କୁହାଯାଏ।

ରାଜନୈତିକ ବିଷାରଦଙ୍କ କହିବା ମୁତାବିକ, ଭୋଟ ଦେଇ ମତଦାନ କେନ୍ଦ୍ରରୁ ବାହାରି ସାରିବା ପରେ ବିଭିନ୍ନ ଏଜେନ୍ସି ଦ୍ବାରା ହୋଇଥିବା ଏଜେଣ୍ଡାର ପ୍ରଶ୍ନର ଉତ୍ତରରେ ଭୋଟର ମାନେ ପ୍ରାୟ ସତ ହିଁ କୁହନ୍ତି। ତା ଉତ୍ସାହ ହେଉ ବା ଦାୟିତ୍ୱ। ଆଉ ଏହି କାରଣରୁ ଏକଜିଟ୍‌ ପୋଲ୍ ବହୁ ମାତ୍ରାରେ ସଠିକ୍ ମଧ୍ୟ ସାବ୍ୟସ୍ତ ହୋଇଥାଏ। ଆଗରୁ ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ଏକଜିଟ୍‌ ପୋଲ ପ୍ରାଇଭେଟ ସର୍ଭେ କମ୍ପାନୀ ଓ ଗଣମାଧ୍ୟମ ସଂସ୍ଥା ଦ୍ୱାରା ପ୍ରସ୍ତୁତ କରାଯାଏ। ସରକାରୀ ଏଜେନ୍ସି ଏ ସବୁରୁ ନିଜକୁ ଦୂରେଇ ରଖିଥାଏ।

Leave A Reply

Your email address will not be published.