Odisha Link
Bridging the Missing Links in Odisha

ଋଷ-ୟୁକ୍ରେନ ଯୁଦ୍ଧ: ଗଲାଣି ୧୨ ହଜାର ଋଷ ସୈନ୍ୟଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ୧୩ ଦିନରେ ପହଁଞ୍ଚିଛି ଋଷ-ୟୁକ୍ରେନ ମହାଯୁଦ୍ଧ। ଋଷର ଘନଘନ ଆକ୍ରମଣରେ ୟୁକ୍ରେନ ବହୁ ସ୍ଥାନ ଧ୍ବଂସ ହେବାକୁ ବସିଲାଣି। ହେଲେ ହାର ନମାନି ଋଷ ସେନାକୁ କଡ଼ା ଟକ୍କର ଦେଉଛି ୟୁକ୍ରେନ। ଇତିମଧ୍ୟରେ ମହାଯୁଦ୍ଧକୁ ୧୨ ଦିନ ବିତିସାରିଲାଣି। ଉଭୟ ଦେଶର ବହୁ ସୈନ୍ୟଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ଏସବୁ ମଧ୍ୟରେ ୧୨ ହଜାରରୁ ଅଧିକ ସୈନ୍ୟଙ୍କୁ ଋଷ ହରାଇ ସାରିଥିବା ଦାବି କରିଛି ୟୁକ୍ରେନ। ସେହିପରି ୟୁକ୍ରେନ ସେନା ୩୦୦ରୁ ଅଧିକ ରୁଷୀୟ ଟ୍ୟାଙ୍କ ଓ ଅନେକ ଯୁଦ୍ଧ ବିମାନକୁ ମଧ୍ୟ ଧ୍ୱଂସ କରି ଦେଇଥିବା ଦାବି କରିଛି।

ଯୁଦ୍ଧର ୧୨ ଦିନ ପରେ ଋଷ ସହିଥିବା କ୍ଷୟକ୍ଷତିର ହିସାବ ଦେଇଛି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ। ଏଥିରେ କୁହାଯାଇଛି ଯେ ଋଷ ସେନା ଗୋଟିଏ ପରେ ଗୋଟିଏ ସହର ଉପରେ ବୋମା ମାଡ଼ କରି ଶତାଧିକ ସ୍କୁଲ, ହସ୍ପିଟାଲ ଓ ଆବାସିକ ଅଞ୍ଚଳରେ କ୍ଷୟକ୍ଷତି କରୁଛି। ରୁଷର ହମଲାରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳମାନଙ୍କ ଜୀବନ ମଧ୍ୟ ଯାଉଛି। ମାନବୀୟ କରିଡର ପାଇଁ ସହମତି ହୋଇଥିଲେ ମଧ୍ୟ ଋଷ ଏହାକୁ ମାନୁନାହିଁ। ଅନେକ ସହରରେ ଲୋକଙ୍କୁ ଋଷ ସେନା ପଣବନ୍ଦୀ କରି ରଖିଛନ୍ତି ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

https://twitter.com/MFA_Ukraine/status/1501129721500868611

ସେହିପରି ୟୁକ୍ରେନର ପାଲଟା ଆକ୍ରମଣରେ ଏଯାଏ ଋଷର ୧୨ ହଜାରରୁ ଅଧିକ ସୈନ୍ୟ ପ୍ରାଣ ହରାଇଛନ୍ତି। ସେହିପରି ଋଷର ୪୮ଟି ଯୁଦ୍ଧ ବିମାନ, ୮୦ଟି ହେଲିକପ୍ଟର, ୩୦୩ ଟ୍ୟାଙ୍କ, ୬୦ଟି ସିଷ୍ଟେନର୍ସ, ୭ଟି ଡ୍ରୋନ, ୧୦୩୬ ଆର୍ମଡ ଭେଇକିଲ, ୧୨୦ ତୋପ, ୫୬ ଏମଏଲଆରଏସ, ୪୭୪ ସେନା ଗାଡ଼ି, ୩ଟି ଜାହାଜ ଓ ୨୭ଟି ଆଣ୍ଟି ଏୟାର କ୍ରାଫ୍ଟ ସିଷ୍ଟମକୁ ଧ୍ୱଂସ କରି ଦିଆଯାଇଛି। ଏହାବାଦ ରୁଷର ୬୦ଟି ତୈଳ ଟ୍ୟାଙ୍କ ମଧ୍ୟ ୟୁକ୍ରେନର ଗୁଳିମାଡ଼ରେ ନଷ୍ଟ ହୋଇଯାଇଛି।

Leave A Reply

Your email address will not be published.