Odisha Link
Bridging the Missing Links in Odisha

ଗୋଆରେ କିଏ କରିବ ଶାସନ ? କେଉଁ ଦଳ ବି ଛୁଇଁ ନାହାନ୍ତି ମ୍ୟାଜିକ୍‌ ନମ୍ବର

ଓଏଲ୍‌ ବ୍ୟୁରୋ: ସାମ୍ନାକୁ ଆସିଛି ୫ ରାଜ୍ୟର ନିର୍ବାଚନ ଫଳାଫଳ। ଗୋଆରେ ଝୁଲା ସରକାର ହେବ ବୋଲି ଏକଜିଟ୍‌ ପୋଲ୍‌ ରେଜଲ୍ଟ ଆସିଥିଲା। ଅର୍ଥାତ୍‌ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ ବୋଲି ଏକଜିଟ୍‌ ପୋଲ୍‌ ସର୍ଭେ କହିଥିଲା। ସତକୁ ସତ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଥିବା ବେଳେ ଗେଆରେ କୌଣସି ଦଳ ସକରାର ଗଠନ କରିବାକୁ ମ୍ୟାଜିକ୍‌ ଅଙ୍କ ଛୁଇଁ ପାରିନାହାନ୍ତି।

ରାଜ୍ୟର ୪୦ ବିଧାନସଭା ଆସନରୁ କ୍ଷମତାସୀନ ବିଜେପି ସର୍ବାଧିକ ୨୦ଟି ଆସନ ଜିତିଛି। ହେଲେ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୧। ବିଜେପି ପଛକୁ କଂଗ୍ରେସ ୧୨ଟି ଆସନ ଜିତିଥିବା ବେଳେ ଆପ୍ ଓ ଟିଏମସି ୨ଟି ଲେଖାଏ ଆସନ ଦଖଲ କରିଛନ୍ତି। ସେହିପରି ସ୍ୱାଧୀନ ପ୍ରାର୍ଥୀ ୪ଟି ଆସନ ଜିତିଛନ୍ତି। ଏହି ୪ ଜଣଙ୍କ ମଧ୍ୟରୁ ଜଣେ ଯଦି ବିଜେପିକୁ ସମର୍ଥନ କରିବେ, ତା’ହେଲେ ଦଳ ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରିନେବ।

ଅପରପକ୍ଷେ ସ୍ବାଧୀନ ପ୍ରାର୍ଥୀଙ୍କୁ ଦଳକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି। ଏପରି କି ଦଳର ଜଣେ ବରିଷ୍ଠ ନେତା ୪ ଜଣ ଯାକ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଘୋଷଣା କରିଥିବା କହିଛନ୍ତି।

ବିଜେପି ଅଧିକ ଆସନରେ ଜିତିଥିବା ହେତୁ ଆଜି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଗୋଆ ରାଜ୍ୟପାଳଙ୍କୁ ଭେଟିବେ। ଏହି ସମୟରେ ସେ ସରକାର ଗଠନ କରିବାକୁ ଦାବି ଜଣାଇବେ। ଏଥିସହ ବିଜେପି ପାଖରେ କେତେ ବିଧାୟକ ଅଛନ୍ତି, ତା’ର ତାଲିକା ମଧ୍ୟ ଦେବେ। ତାଲିକା ପରେ ହିଁ ଗୋଆର କେତେ ଜଣ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି, ତା’ହା ସ୍ପଷ୍ଟ ହେବ।

Leave A Reply

Your email address will not be published.