Odisha Link
Bridging the Missing Links in Odisha

୧୦୮ ଆମ୍ବୁଲାନ୍ସ-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା

ଓଏଲ୍‌ ବ୍ୟୁରୋ: ମୁହାଁମୁହିଁ ଧକ୍କା ହେଲା ଯାତ୍ରୀବାହୀ ବସ୍‌ ଓ ୧୦୮ ଆମ୍ବୁଲାନ୍ସ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ କରଡାବାଡି ଟୋଲ ଗେଟ ନିକଟରେ ଘଟିଛି ଏହି ଦୁର୍ଘଟଣା।

ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସାଇକ୍ରୀଷ୍ଣା ନାମକ ଏକ ଯାତ୍ରୀବାହି ବସ ସୋରଡ଼ାରୁ ୪୫ ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଟୋଲଗେଟ ନିକଟରେ ବସ୍‌ଟି ସାମ୍ନା ପଟୁ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା।

ବସକୁ ଧକ୍କା ଦେଇ ଆମ୍ବୁଲାନ୍ସଟି ରାସ୍ତାକଡ଼କୁ ଓଲଟି ପଡିଥିଲା। ଆମ୍ବୁଲାନ୍ସରେ କେହି ରୋଗୀ ନଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ବସର କିଛି ଯାତ୍ରୀମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସୋରଡ଼ା ଥାନା ପୋଲିସ ପହଞ୍ଚି ଆହତଙ୍କୁ ଚିକିତ୍ସା ନିମନ୍ତେ ସୋରଡ଼ା ମେଡିକାଲରେ ଭର୍ତ୍ତି କରିଛନ୍ତି l

Leave A Reply

Your email address will not be published.