Odisha Link
Bridging the Missing Links in Odisha

ଏପ୍ରିଲ ୨୮ରୁ +୨ ପରୀକ୍ଷା: ଏଥର କେମିତି ହେବ ମୂଲ୍ୟାୟନ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତ ୨ ବୋର୍ଡ ପରୀକ୍ଷା। କଳା, ବାଣିଜ୍ୟ, ବିଜ୍ଞାନ ଧନ୍ଦାମୂଳକ ବିଷୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେବେ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ପରିଷଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ଯେଉଊଁ ପ୍ରକାର ଗ୍ରୀଷ୍ମ ପ୍ରବାହ ହେଉଛି ତାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ। ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ।

ତେବେ ଏଥରର ପରୀକ୍ଷାର କେମିତି ମୂଲ୍ୟାୟନ କରାଯିବ ସେ ନେଇ ସବିଶେଷ ତଥ୍ୟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନ ନେଇ ଦୁଇଟି ସ୍କିମ୍ କରାଯାଇଛି। ପ୍ରଥମରେ ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଆଧାରରେ ମାର୍କ ମିଳିବ। ଦ୍ୱିତୀୟରେ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ ତିନିଟି କ୍ୱାର୍ଟର ଏଣ୍ଡେରେ ହୋଇଥିବା ପରୀକ୍ଷାର ୨୦ ପ୍ରତିଶତ ଅନୁସାରେ ମାର୍କ ଦିଆଯିବ। ଦୁଇଟି ସ୍କିମରୁ ଯେଉଁଥିରେ ସର୍ବାଧିକ ରହିବ, ତାହା ଚୂଡାନ୍ତ ମାର୍କ ହେବ। ପରୀକ୍ଷା ଓ ମୂଲ୍ୟାୟନ ନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Leave A Reply

Your email address will not be published.