Odisha Link
Bridging the Missing Links in Odisha

ଫାଟିଲା ଗ୍ୟାସ ସିଲିଣ୍ଡର: ଜଳିଗଲା ୫ ଘର, ମହିଳା ଗୁରୁତର

ଓଏଲ୍‌ ବ୍ୟୁରୋ: ଚାରିଆଡେ ଥିଲା ହସଖୁସିର ମାହୋଲ। କାରଣ ସମସ୍ତେ ପାଳନ କରୁଥିଲେ ରଙ୍ଗର ପର୍ବ ହୋଲି। ହେଲେ ଭଦ୍ରକ ଜିଲ୍ଲା ଅସ୍ତଳ ଛକରୁ ଆସିଛି ଦୁଃଖଦ ଖବର। ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଅସ୍ତଳ ଛକରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ୫ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଜଣେ ମହିଳା ଗୁରୁତର ହୋଇଥିବା ସୂଚନା ରହିଛି। ଆହତ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ୩ଟି ଦମକଳ ଗାଡ଼ି ପହଁଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିବା ସୂଚନା ରହିଛି।

ଆଜି ଦିନ ସାଢ଼େ ୧୨ଟା ସମୟରେ ରମେଶ ଲାଲଙ୍କ ସ୍ତ୍ରୀ ଘରେ ରୋଷେଇ କରୁଥିଲେ। ଏହି ସମୟରେ ହଠାତ୍ ଗ୍ୟାସ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା। ପରେ ପାଖରେ ଥିବା ଆଉ ଗୋଟିଏ ଗ୍ୟାସ ସିଲିଣ୍ଡର ମଧ୍ୟ ଫାଟି ଯାଇଥିଲା। ଦୁଇଟି ସିଲିଣ୍ଡର ଫାଟିଯିବାରୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା।

ନିଆଁ ଲାଗିବା ସମୟରେ ରମେଶଙ୍କ ପତ୍ନୀ ଘରେ ଏକା ଥିଲେ। ସେ ନିଆଁରେ ପୋଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ନିଆଁ ଲାଗି ଘରର ଆସବାପତ୍ର ଓ ଅନ୍ୟ ଜିନିଷ ପୋଡ଼ିଯାଇଛି।

Leave A Reply

Your email address will not be published.