Odisha Link
Bridging the Missing Links in Odisha

ଚର୍ଚ୍ଚାରେ ପଡ଼ିଲା ବିରାମ, ୨୦୨୨ IPLରେ ‘ମିଷ୍ଟର ଆଇପିଏଲ’ଙ୍କ ଏଣ୍ଟ୍ରି

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। କ୍ରିକେଟକୁ ଅଲବିଦା କହିଥିବା ମିଷ୍ଟର ଆଇପିଏଲ ଫଟାଫଟ୍‌ କ୍ରିକେଟ ଲିଗରେ କରିବାକୁ ଯାଉଛନ୍ତି ଦମଦାର ଏଣ୍ଟ୍ରି। ମିଷ୍ଟର ଆଇପିଏଲ ଭାବେ ଜଣାଶୁଣା ସୁରେଶ ରାଇନାଙ୍କୁ ଚଳିତ ଥର ଆଇପିଏଲରେ ଦେଖିପାରିବେ କ୍ରିକେଟ ପ୍ରେମୀ।

ଏଥର ଟିକେ ନିଆରା ଅନ୍ଦାଜରେ ନଜର ଆସିବେ ମିଷ୍ଟର। କାରଣ ରାଇନାଙ୍କ ହାତରେ ଏଥର ବ୍ୟାଟ୍‌, ବଲ୍‌ ନଜର ଆସିବନି। ନଜର ଆସିବ ତ ମାଇକ୍‌ ।ଚୌକା ଛକା ନୁହେଁ ଏଥର ରାଇନା କରିବେ କମେଣ୍ଟ୍ରି ବର୍ଷା। କ୍ରିକେଟ ପିଚ୍‌ ବଦଳରେ ସେ କମେଣ୍ଟ୍ରି ବକ୍ସର ଶୋଭା ବଢ଼ାଇବେ।

ଆଇପିଏଲ୍‌ର ୧୫ତମ ସଂସ୍କରଣରେ ସୁରେଶ ରାଇନା କରିବେ କମେଣ୍ଟ୍ରି। ତାଙ୍କୁ ହିନ୍ଦୀ କମେଣ୍ଟେଟର ଭାବେ ଦେଖିବାକୁ ମିଳିବ। ଏନେଇ ଆଇପିଏଲ୍‌ର ଅଧିକାରିକ ପ୍ରସାରଣକର୍ତ୍ତା ଷ୍ଟାର୍‌ ସ୍ପୋର୍ଟସ୍‌ ପକ୍ଷରୁ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦିଆଯାଇଛି। ଷ୍ଟାର୍‌ ସ୍ପୋର୍ଟସ ତା’ ଅଫିସିଆଲ୍‌ ଟ୍ୱିଟର୍‌ ହ୍ୟାଣ୍ଡେଲରେ ମିଷ୍ଟର ଆଇପିଏଲ୍‌ଙ୍କୁ ନିଆରା ଢ଼ଙ୍ଗରେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

ସୁରେଶ ରାଇନା ଆଇପିଏଲ୍‌-୨୦୨୨ର ମେଗା ଅକ୍ସନରେ ଅନ୍‌ସୋଲ୍ଡ ଥିଲେ। ତାଙ୍କୁ କୌଣସି ବି ଫ୍ରାଞ୍ଚାଇଜ କିଣି ନଥିଲା। ଗତ ଆଇପିଏଲ୍‌ ସିଜନରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିଥିବା ରାଇନା ପ୍ରଥମ ଥର ପାଇଁ ଆଇପିଏଲ୍‌ ନିଲାମିରେ ଅନ୍‌ସୋଲ୍ଡ ତଥା ବ୍ରିକ୍ରି ହୋଇନଥିଲେ।

Leave A Reply

Your email address will not be published.