Odisha Link
Bridging the Missing Links in Odisha

ଚିନି ପାଇଁ ଧସ୍ତାଧସ୍ତି, ଦେଖନ୍ତୁ ଭିଡିଓ

ଓଏଲ୍‌ ବ୍ୟୁରୋ: ଋଷ-ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଛି ମହାଯୁଦ୍ଧ। ୧ ମାସ ବିତିଥିବା ସତ୍ତ୍ବେ ଯୁଦ୍ଧରେ ପଡ଼ୁନାହିଁ ବିରାମ। ଏହି ଯୁଦ୍ଧରେ ବିଶେଷ ଭାବେ ୟୁକ୍ରେନ ବହୁ କ୍ଷତିଗ୍ରସ୍ତ ହୋଇଛି। ହେଲେ ଯୁଦ୍ଧର ପ୍ରଭାବ ଋଷରେ ମଧ୍ୟ ପରିଲିକ୍ଷିତ ହୋଇଛି।

ଗୋଟିଏ ପଟେ ଯୁଦ୍ଧ ଚାଲିଥିବା ବେଳେ ଋଷବାସୀଙ୍କ ଉପରେ ମହଙ୍ଗା ମାଡ଼। ଯାହାଫଳରେ ଅନେକ ସାମଗ୍ରୀ କିଣିବା ଉପରେ ମଧ୍ୟ କଟକଣା ଲାଗିଥିବାର ଦେଖିବାକୁ ମିଳିଛି। ଲୋକଙ୍କୁ ଯୁଦ୍ଧ ଅନେକ ଦିନ ଧରି ଲାଗି ରହିବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ଲୋକେ ନିଜ ନିଜ ଘର ପାଇଁ ରାସନ ମାମଗ୍ରୀ ସଂଗ୍ରହ ନେବାକୁ ଲମ୍ବା ଲାଇନ୍‌ ଲାଗୁଥିବାର ଦେଖିବାକୁ ମିଳିଛି। ଏମିତିକି ବଜାରରେ ଲୋକଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଛି।

ରୁଷ୍‌ର ଏକ ସୁପରମାର୍କେଟ୍‌ର ଭିଡିଓ ଏବେ ସାମନାକୁ ଆସିଛି , ଯେଉଁଥିରେ ଚିନି ପାଇଁ ଲୋଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଛି। ଏପରିକି ଚିତି ଛଡାଛଡ଼ି ହେବାର ଦେଖିବାକୁ ମିଳୁଛି। ଚିନିର ଦାମ୍‌ ବୃଦ୍ଧି ଯୋଗୁଁ ରୁଷ୍‌ରେ ଅନେକ ସ୍ଥାନରେ ବଜାରରେ ଦୋକାନ ଗୁଡ଼ିକରେ ଜଣେ ଗ୍ରାହକଙ୍କୁ ୧୦ କିଲୋରୁ ଅଧିକ ଚିନି ଦିଆଯାଉ ନାହିଁ। ଯାହାଫଳରେ ଚିନିକୁ ନେଇ ଅଧିକା କଳି ଝଗଡ଼ା ହେବାର ନଜର ଆସୁଛି।

ଏମିତି ଭିଡ଼ିଓ ସାମନାକୁ ଆସିଛି , ଯେଉଁଥିରେ ଲୋକେ ପରସ୍ପର ସହ ଲଢ଼େଇ କରୁଛନ୍ତି । ଚିନି ଦାମ୍‌ରେ ବି ଗତ ୨୦-୨୫ଦିନ ଭିତରେ ବହୁତ ବୃଦ୍ଧି ପାଇଛି । ହେଲେ ସେପଟେ ରୁଷ୍‌ ସରକାରଙ୍କର ଦାବି କି ଦେଶରେ ରାଷନ ବା ଚିନିର କୌଣସି ଅଭାବ ନାହିଁ।

Leave A Reply

Your email address will not be published.