Odisha Link
Bridging the Missing Links in Odisha

ଆଶ୍ବସ୍ତି: ବଢ଼ିବନି ବିଜୁଳି ଦର

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଭଲ ଖବର ଦେଇଛନ୍ତି ଓଇଆରସି ସଚିବ। ୨୦୨୨-୨୩ବର୍ଷରେ ବଢ଼ିବ ନାହିଁ ବିଜୁଳି ଦର। କାରଣ ରାଜ୍ୟ ସରକାର ରିଟେଲ ବିଦ୍ୟୁତ ଶୁକ୍ଳକୁ ଅପରିବର୍ତ୍ତିତ ରଖିଛନ୍ତି। କେବଳ ସେତିକି ନୁହେଁ ଉପଭୋକ୍ତାମାନେ ନିଜ ମାସିକ ବିଜୁଳି ବିଲ୍‌ ଡିଜିଟାଲ ମୋଡରେ ପେମେଣ୍ଟ କଲେ ୩% ରିହାତି ମିଳିବ ବୋଲି ଆଜି ଓଇଆରସି ସଚିବ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ପୂର୍ବବର୍ଷ ଭଳି ଶୂନରୁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ଦର ୩ ଟଙ୍କା ରହିବ। ୫୦ରୁ ୨୦୦ ୟୁନିଟ ଯାଏ ଦର ୪ ଟଙ୍କା ୮୦ ପଇସା। ୨୦୦ରୁ ୪୦୦ ୟୁନିଟ ଯାଏ ବିଜୁଳି ଦର ୫ ଟଙ୍କା ୮୦ ପଇସା ରହିବ। ସେହିପରି ୪୦୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ଦର ୬ ଟଙ୍କା ୨୦ ପଇସା ରହିବ।

Leave A Reply

Your email address will not be published.