Odisha Link
Bridging the Missing Links in Odisha

ବଢ଼ିଲା ବସ୍‌ ଭଡ଼ା

ଓଏଲ୍‌ ବ୍ୟୁରୋ: ବିଗତ ୧୦ ଦିନ ମଧ୍ୟରେ ଦେଶରେ ୯ ଥର ବୃଦ୍ଧି ପାଇଲାଣି ତୈଳ ଦର। ବାରମ୍ବାର ତୈଳ ଦର ବୃଦ୍ଧି ହେଉଥିବାରୁ ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଏନେଇ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।

ଚନା ଅନୁଯାୟୀ, ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୮୭ ପଇସା ଥିଲା। ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି। ସେହିପରି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୨୫ ପଇସା ଥିବା ବେଳେ ଏହାକୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି କରାଯାଇଛି।

ଏସି ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୫୩ ପଇସାରୁ ୧ ଟଙ୍କା ୫୯ ପଇସାକୁ ବଢ଼ାଯାଇଛି। ସେହିପରି ସୁପର ପ୍ରିମିୟମ ବସ୍‌ ଭଡ଼ା କିମି ପିଛା ୨ ଟଙ୍କା ୩୮ ପଇସାରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.