‘ବାତ୍ୟା ହେବ କି ନାହିଁ କାଲି ସ୍ପଷ୍ଟ ହେବ’
ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ। ଯାହା ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ। ସମ୍ଭାବ୍ୟ ଲଘୁଚାପ ଅବପାତରେ ରୂପାନ୍ତରିତ ହୋଇ ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଓଏଲ୍ ବ୍ୟୁରୋ: ବାତ୍ୟା ବାତ୍ୟା ବାତ୍ୟା.. ଯେଉଁଠି ଦେଖ ବାତ୍ୟାକୁ ନେଇ ଚର୍ଚ୍ଚା। ଓଡ଼ିଶାକୁ ବାତ୍ୟା ଆଶଙ୍କା ଥିବା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ରାଜ୍ୟର ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଲୋକଙ୍କୁ ଭୟଭୀତ ନେହେବା ପାଇଁ ବାର୍ତ୍ତା ଦେଇଛନ୍ତି।
ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ। ଯାହା ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ। ସମ୍ଭାବ୍ୟ ଲଘୁଚାପ ଅବପାତରେ ରୂପାନ୍ତରିତ ହୋଇ ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏପରିକି ଓଡ଼ିଶାରେ ବାତ୍ୟା ହେବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ତେବେ ଆସନ୍ତାକାଲି ସୁଦ୍ଧା ବାତ୍ୟା ହେବ ନା ନାଇଁ। ଯଦି ହେବ ତାର ସ୍ପଷ୍ଟ ଚିତ୍ର ଆସନ୍ତାକାଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା।
ସେ ଆହୁରି କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ନେଇ ଯେଉଁ ଚର୍ଚ୍ଚା ଗଣମାଧ୍ୟମରେ ଚାଲିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ବାତ୍ୟାକୁ ନେଇ ଯିଏବି ଚର୍ଚ୍ଚା କରୁଛନ୍ତି ସେଥିରୁ ନିବୃତ୍ତ ରହିବା ଉଚିତ୍ ବାତ୍ୟା ହେବ କି ନାହିଁ ସେ ସମ୍ପର୍କରେ ଆସନ୍ତାକାଲି ସୁଦ୍ଧା ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରାଇବାର ସମ୍ଭାବନା ରହିଛି। ତଥାପି ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ରାଜ୍ୟ ସରକାର ନିଜର ପ୍ରସ୍ତୁତି କରିଛନ୍ତି। ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ।
ରାଜ୍ୟ ସରକାର ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଜିଲ୍ଲାପାଳମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ତଥ୍ୟ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଦେବାକୁ କୁହାଯାଇଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।