Odisha Link
Bridging the Missing Links in Odisha

ନେତାଙ୍କ ଗିରଫକୁ ନେଇ ୩ ରାଜ୍ୟର ପୁଲିସ ମଧ୍ୟରେ ଛକାପଞ୍ଝା

ଦିଲ୍ଲୀସ୍ଥିତ ବାସଭବନନରେ ପଞ୍ଜାବ ପୁଲିସ ପଶି ବଳପୂର୍ବକ ଉଠାଇ ଆଣିଥିଲା। ପଞ୍ଜାବ ଯିବା ସମୟରେ କୁରୁକ୍ଷେତ୍ରର ହରିଆଣା ପୁଲିସ ସହ ମୁହାଁମୁହିଁ ପଞ୍ଜାବ ପୁଲିସ।

ଓଏଲ୍‌ ବ୍ୟୁରୋ: ବଗାଙ୍କୁ ନେଇ ଜାତୀୟ ରାଜନୀତିଠୁ ଆରମ୍ଭ କରି ରାଜ୍ୟ ରାଜନୀତି କମ୍ପୁଛି। କେବଳ ରାଜନୀତି ନୁହେଁ ୩ଟି ରାଜ୍ୟର ପୁଲିସଙ୍କ ମଧ୍ୟରେ ଛକପଞ୍ଝା। ବିଜେପି ନେତା ତେଜିନ୍ଦର ପାଲ ସିଂ ବଙ୍ଗାଙ୍କ ଗିରଫ ଘଟଣାକୁ ନେଇ ପଞ୍ଜାବ, ହରିଆଣା ଓ ଦିଲ୍ଲୀ ଉଠୁଛି ପଡ଼ୁଛି ।

ଶୁକ୍ରବାର ସକାଳୁ ବିଜେପି ନେତା ବଗାଙ୍କ ଦିଲ୍ଲୀସ୍ଥିତ ବାସଭବନନରେ ପଞ୍ଜାବ ପୁଲିସ ପଶି ବଳପୂର୍ବକ ଉଠାଇ ଆଣିଥିଲା। ପଞ୍ଜାବ ଯିବା ସମୟରେ କୁରୁକ୍ଷେତ୍ରର ହରିଆଣା ପୁଲିସ ସହ ମୁହାଁମୁହିଁ ପଞ୍ଜାବ ପୁଲିସ। ବଗାଙ୍କୁ ମୋହାଲି ନେଇ ଯାଉଥିବାବେଳେ ହରିଆଣା ପୁଲିସ ପଞ୍ଜାବ ପୁଲିସ ହାତରୁ ବଗାଙ୍କୁ ଆଣି ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଛି।

ତେଜିନ୍ଦରଙ୍କୁ କୋର୍ଟରେ ହାଜର ନକରି ପଞ୍ଜାବ ନିଆଯାଉଥିବାରୁ ଦିଲ୍ଲୀ ପୁଲିସ ଅପହରଣ ମାମଲା ରୁଜୁ କରିଥିଲା ଓ ତାଙ୍କୁ ଫେରାଇ ଆଣିବାକୁ ହରିଆଣା ପୁଲିସକୁ ନିର୍ଦ୍ଦେଶ ଦେଇଥିଲା। ଆଉ ହରିଆଣା ପୁଲିସ କୁରୁକ୍ଷେତ୍ରରେ ପଞ୍ଜାବ ପୁଲିସ ସହ ମୁହାଁମୁହିଁ ହୋଇଥିଲା।

ଅପରପକ୍ଷେ ବଗାଙ୍କ ଗିରଫ ଘଟଣାକୁ ନେଇ ଜୋରଧରିଛି ରାଜନୀତି। ବିଜେପି ବଗାଙ୍କ ଗିରଫଦାରୀକୁ ରାଜନୀତି ଓ ଧର୍ମ ସହ ଯୋଡି ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟିକୁ ଦାୟୀ କରିିଛି। ଘଟଣାକୁ ନେଇ ଆମ ଆଦମୀ ପାର୍ଟିକୁ ଦାୟୀ କରିଛନ୍ତି ବଗାଙ୍କ ପରିବାର। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ଓ ଆପ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛି ବିଜେପି।

ବଗାଙ୍କୁ କାହିଁକି ପଞ୍ଜାବ ପୁଲିସ ଗିରଫ କରିଥିଲା ?
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାମରେ ବିବାଦୀୟ ବୟାନ, ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ବୟାନ, ସୋସିଆଲ ମିଡିଆରେ ମିଛ କଥା ପ୍ରଚାର ଅଭିଯୋାଗରେ ପଞ୍ଜାବ ସାଇବର ସେଲ ବଗାଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲା। ଏନେଇ ବଗାଙ୍କୁ ନୋଟିସ୍‌ ମଧ୍ୟ ଦେଇଥିଲା ପୁଲିସ। ନୋଟିସ୍‌ ଦିଆଯିବା ସତ୍ତ୍ବେ ଥାନାରେ ହାଜର ହୋଇନଥିଲେ ବିଜେପି ନେତା। ଯାହାଫଳରେ ଆଜି ସକାଳୁ ପଞ୍ଜାବ ପୁଲିସ ଦିଲ୍ଲୀରେ ପହଁଞ୍ଚି ଗିରଫ କରିଥିଲା।

Leave A Reply

Your email address will not be published.