Odisha Link
Bridging the Missing Links in Odisha

୨୦ ଫୁଟ୍‌ ତଳକୁ ଖସିଲା ବସ୍, ୮ ଗୁରୁତର

ଶନିବାର ରାତିରେ ଜୟଦୁର୍ଗା ନାମକ ଏକ ଘରୋଇ ବସ୍‌ଟି ଭୁବନେଶ୍ବରରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାମୁଡ଼ା ଅଭିମୁଖେ ଯାଉଥିଲା।

ଓଏଲ୍‌ ବ୍ୟୁରୋ: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଗଣ୍ଠି ଛକ ନିକଟରେ ଦୁର୍ଘଟଣା। ୧୬ ନମ୍ବର ଜାତୀୟ ରାଜପଥରେ ଏକ ବସ୍‌ ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଖସି ଯାଇଥିଲା। ଯାହଫଳରେ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା। ଆହତ ଯାତ୍ରୀ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବିକ, ଶନିବାର ରାତିରେ ଜୟଦୁର୍ଗା ନାମକ ଏକ ଘରୋଇ ବସ୍‌ଟି ଭୁବନେଶ୍ବରରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାମୁଡ଼ା ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୧୧ଟା ସମୟରେ ବସ୍‌ଟି ଗଣ୍ଠି ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚଣ୍ଡିଖୋଲ ଦମକଳ ବାହିନୀ ଓ ପୁଲିସ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଡ୍ରାଇଭରଙ୍କ ଅସାଵଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବଡ଼ଚଣା ଥାନା ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.