ବ୍ରଜରାଜନଗର ଉପନିର୍ବାଚନ: ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କଲା ବିଜେଡି

ଓଏଲ ବ୍ୟୁରୋ: ଆଗକୁ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ବିଜେପି ପରେ ବିଜେଡି ମଧ୍ୟ ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ। ପୂର୍ବତନ ବିଧାୟକ ସ୍ବର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ।
ଗତକାଲି ଭାରତୀୟ ଜନତା ପାର୍ଟି ପୂର୍ବତନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଟିକେଟ୍ ଦେଇଥିଲା। ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ହୃଦଘାତରେ କିଶୋର କୁମାର ମହାନ୍ତିଙ୍କ ପରଲୋକ ହୋଇଥିଲା। ପରେ ବ୍ରଜରାଜନଗର ବିଧାନସଭା ଆସନଟି ଖାଲି ପଡ଼ିଥିବା ବେଳେ ମେ’ ୩୧ରେ ଏଥିପାଇଁ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ରାଜ୍ୟର ୩ ପ୍ରମୁଖ ଦଳ କସରତ ଆରମ୍ଭ କରି ସାରିଛନ୍ତି।
ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରି ପାରିନାହିଁ।