Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଣାଯାଉଛି ୧୨୫ କୋଟିର ନୂଆ ବିମାନ

ସବୁଠୁ ବଡ଼କଥା ହେଲା ୨୦୨୩ରେ ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ ନିଶ୍ଚୟ। ଯେଉଁଥଥିପାଇଁ ନୂତନ ବିମାନ କିଣିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୂଆ ବିମାନ। କରିବେ ଦୂର ଯାତ୍ରା। ଯାହାର ମୂଲ୍ୟ ପାଖାପାଖୀ ୧୨୫ କୋଟି ଟଙ୍କା। ଏବେ ମଧ୍ୟପ୍ରଦେଶ ସରକାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପାଇଁ କିଣିବାକୁ ଯାଉଛନ୍ତି ଏକ ବିମାନ। କାରଣ କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦିଷ୍ଟ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିସହିତ ପୁରୁଣା ବିମାନର ବୀମା କରିବାକୁ ଭୁଲିଯାଇଥିଲେ ଅଧିକାରୀ। ଯାହାଫଳରେ ପୁରୁଣା ବିମାନକୁ ଠିକ୍‌ କରିବାକୁ ବହୁତ ମହଙ୍ଗା ପଡ଼ୁଛି। ତେଣୁ ସରକାର ନୂଆ ବିମାନ କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ବିମାନର ମୂଲ୍ୟ ପାଖାପାଖୀ ୬୫ କୋଟି ଥିଲା। ହେଲେ ଏବେ ନୂଆ କିଣାଯାଉଥିବା ନୂଆ ବିମାନର ମୂଲ୍ୟ ପାଖାପାଖୀ ପୂର୍ବ ବିମାନର ୨ଗୁଣା ଅର୍ଥାତ୍‌ ପ୍ରାୟ ୧୨୫ କୋଟି ଟଙ୍କା ହେବ। ମୁଖ୍ୟମନ୍ତ୍ରୀଙ୍କ ନୂତନ ବିମାନଟିରେ ଅତ୍ୟାଧୁନିକ ସୁବିଧା ରହିବା ସହ ଲାଟେଷ୍ଟ ଟେକ୍ନୋଲୋଜିର ବ୍ୟବହାର କରାଯିବ ବୋଲି ସୂଚନା ରହିଛି।

ସବୁଠୁ ବଡ଼କଥା ହେଲା ୨୦୨୩ରେ ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ ନିଶ୍ଚୟ। ଯେଉଁଥଥିପାଇଁ ନୂତନ ବିମାନ କିଣିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଚଳିତ ମାସର ୨୬ ତାରିଖରେ ଟେଣ୍ଡର ଭରା ଯିବ। ୩ଟି କମ୍ପାନୀ ସହିତ ଆଲୋଚନା ଚାଲିଛି। ସେଥିମଧ୍ୟରୁ ଏକ ଆମେରିକୀୟ କମ୍ପାନୀ ଟେକ୍ସଟ୍ରନ୍, ଫ୍ରାନ୍ସର ଉସାଲ୍ଟ ଏବଂ କାନାଡାର ବମ୍ବେଡିଅର୍ ଅଛି। ଖୁବ୍ ଶୀଘ୍ର ଏହି ମଧ୍ୟରୁ ଗୋଟିଏ ସହିତ ଚୁକ୍ତି ସ୍ଥିର ହେବ ଓ ବିମାନଟି ମଧ୍ୟ ପ୍ରଦେଶ ସରକାରଙ୍କୁ ଦିଆଯିବ। ଏହା ପରେ ସିଏମ ଶିବରାଜ ସିଂ ଚୌହାନ ତାଙ୍କ ନୂତନ ବିମାନରେ ଯାତ୍ରା କରିପାରିବେ।

Leave A Reply

Your email address will not be published.