Odisha Link
Bridging the Missing Links in Odisha

ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ଟି-୨୦ ସିରିଜ ଦଖଲ ପରେ ଏବେ ଟିମ୍‌ ଇଣ୍ଡିଆର ନଜର ଦିନିକିଆ ସିରିଜ ଉପରେ। ଇଂଲଣ୍ଡ ଦଳକୁ ଇଂଲଣ୍ଡ ମାଟିରେ ହରାଇ ୨-୧ରେ ଟି-୨୦ ସିରିଜ ଜିତିଥିଲା ଭାରତୀୟ ଦଳ। ଏବେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ନଜର ଦିନିକିଆ ଶୃଙ୍ଖଳା ଉପରେ। ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ଅଧିନାୟକ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବ ଇଂଲଣ୍ଡ ଦଳ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ୟୁଝବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରାଳ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସାମି।

ଇଂଲଣ୍ଡ ଦଳ: ଜୋସ୍ ବଟଲର (ଅଧିନାୟକ), ଜନି ବେୟାରଷ୍ଟୋ, ମୋଇନ ଅଲ୍ଲୀ, ଲିୟାମ ଲିଭିଂଷ୍ଟୋନ, କ୍ରେଗ୍ ଓଭରଟନ୍, ଜାସନ ରୟ, ବେନ୍ ‌ଷ୍ଟୋକ୍ସ, ରେଶେ ଟପ୍‌ଲି, ଡେଭିଡ୍ ୱିଲି, ଜୋ ରୁଟ୍‌, ବ୍ରାଇଡନ୍‌ କ୍ରାସ

Leave A Reply

Your email address will not be published.