Odisha Link
Bridging the Missing Links in Odisha

ଶିଖର ଧାଓ୍ବନଙ୍କ ୧୫୦*

ଓଏଲ୍‌ ବ୍ୟୁରୋ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ ଦଳ। ଏଥିସହିତ ଶିଖର ଧାଓ୍ବନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସହ ଏବ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଗବ୍ବର। ଶିଖର ଧାଓ୍ବନ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମଇଦାନରେ ପାଦ ଥାପୁ ଥାପୁ ୨୧ ତମ ଭାରତୀୟ ଖେଳାଳି ଭାବେ ୧୫୦ ଅନ୍ତରାଷ୍ଟ୍ରୀୟ ଦିନିକିଆ ଖେଳିଛନ୍ତି। ୧୫୦ଟି ଦିନିକିଆ ଖେଳିଥିବା ଧାଓ୍ବନଙ୍କ ନାମରେ ୧୭ଟି ଶତକ ଓ ୩୫ଟି ଅର୍ଦ୍ଧଶତକ ରହିଛି।

ଭାରତ ପକ୍ଷରୁ ସର୍ବାଧିକ ଦିନିକିଆ ଖେଳିଥିବା ଟପ୍‌-୫ ଖେଳାଳି
ସଚିନ ତେନ୍ଦୁଲକର-୪୬୩
ମହେନ୍ଦ୍ର ସିଂ ଧୋନୀ- ୩୪୭
ରାହୁଲ ଦ୍ରାବିଡ-୩୪୦
ମହମ୍ମଦ ଆଝାରୁଦ୍ଦିନ୍-୩୩୪
ସୌରଭ ଗାଙ୍ଗୁଲି-୩୦୮

ଦିଲ୍ଲୀର ଏହି ବାମହାତୀ ବ୍ୟାଟସମ୍ୟାନ୍‌ ୨୦୧୦ ମସିହାରେ ଦିନିକିଆ ଡେବ୍ୟୁ କରିଥିଲେ। ଆରମ୍ଭରୁ ବହୁ କଠିନ ସମୟ ଦେଇ ଗତି କରିଥିଲେ ଧାଓ୍ବନ। କାରଣ ଭାରତୀୟ ଦଳରେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହଓ୍ବାଗ ଓ ଗୌତମ ଗମ୍ଭୀରଙ୍କ ଭଳି ଷ୍ଟାର ଓପନର ଥିଲେ। କିନ୍ତୁ ୨୦୧୩ ମସିହା ଚାମ୍ପିଅନ୍ସ ଟ୍ରଫି ଶିଖର ଧାଓ୍ବନଙ୍କ ଭାଗ୍ୟ ବଦଳାଇଦେଇଥିଲା। ତାପରଠୁୁ ଆଉ ପଛକୁ ଫେରି ନାହାନ୍ତି ଶିଖର।

Leave A Reply

Your email address will not be published.