Odisha Link
Bridging the Missing Links in Odisha

କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କ କଳି

ଓଏଲ୍‌ ବ୍ୟୁରୋ: ଫୁଟବଲ୍‌ ମ୍ୟାଚ୍‌ ଚାଲିଥିଲା। କିଛି ସମୟର ଖେଳ ପରେ ସବୁକିଛି ଓଲଟପାଲଟ ହୋଇଗଲା। ମ୍ୟାଚ୍‌ ଚାଲିଥିବା ବେଳେ ଦେଖିବାକୁ ମିଳିଲା ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ଏଭଳିକି ମୁଥ ମରାମରି ହେଉଥିବାର ଦେଖିବାକୁ ମିଳିଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ଆଜି ନେପାଳ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ମାଡ଼ ମରାମରି, ଠେଲାପେଲା ଓ ଧକା ମରାମରି ଦେଖିବାକୁ ମିଳିଥିଲା। ଏହି ଘଟଣାରେ କେତେକ ଖେଳାଳି ଆହତ ହୋଇଛନ୍ତି।

ଗଣ୍ଡଗୋଳ ଯୋଗୁଁ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ କିଛି ସମୟ ପାଇଁ ମ୍ୟାଚ୍ ସ୍ଥଗିତ ରହିଥିଲା। ଉତ୍ତେଜନା କମିବା ପରେ ମ୍ୟାଚ୍ ରେଫରି ଉଭୟ ପକ୍ଷର ଜଣେ ଲେଖାଏଁ ଖେଳାଳିଙ୍କୁ ରେଡ୍ କାର୍ଡ ଦେଖାଇଥିଲେ। ପରେ ଉଭୟ ପକ୍ଷର ଟିମ୍ ମ୍ୟାନେଜର ଓ ରେଫରିଙ୍କ ଭିତରେ ଅଲୋଚନା ହୋଇ ଖେଳ ପୁନଶ୍ଚ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.