Odisha Link
Bridging the Missing Links in Odisha

ଆଫଗାନିସ୍ତାନରେ ଭୂମିକମ୍ପ

ଓଏଲ୍‌ ବ୍ୟୁରୋ: ଆଫଗାନିସ୍ତାନରେ ଭୂମିକମ୍ପ। ଗୁରୁବାର ବିଳମ୍ବିତ ରାତିରେ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ଝଟକା ୪.୯ ବୋଲି ସୂଚନା ରହିଛି। ତେବେ ଏଥିରେ କାହାର ପ୍ରାଣହାନୀ ହୋଇନଥିବା ସୂଚନା ରହିଛି।

ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲାଜିର ରିପୋର୍ଟ ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିଲା ଆଫଗାନିସ୍ତାନର ଫୈଜାବାଦ।ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୯ । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇପାରିନାହିଁ।

https://twitter.com/ANI/status/1555288391511855104?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1555288391511855104%7Ctwgr%5E73ca43f11092869dc2f798fd56c6a50045a4a90a%7Ctwcon%5Es1_&ref_url=https%3A%2F%2Fwww.prameyanews7.com%2Fearth-quake-in-afganisthan%2F
ଏହାପୂର୍ବରୁ ଜୁନ ୨୨ରେ ଆଫଗାନିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ଭୟଙ୍କର ଥିଲା। ଯେଉଁଥିରେ ୧୦୦୦ରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ। ଏହି ସମୟରେ ଭାରତ ଆଫଗାନିସ୍ତାନକୁ ଆବଶ୍ୟକୀୟ ସାହାଯ୍ୟ ପ୍ରଦାନ କରିଥିଲା।

Leave A Reply

Your email address will not be published.