Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ କୁବେର କ୍ରୀଡା ଶିକ୍ଷକ

ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ମୋଟ ୧୧ଟି ସ୍ଥାନରେ ଭିଜିଲାନ୍ସ କରିଛି ରେଡ୍

ଓଏଲ୍‌ ବ୍ୟୁରୋ: ଖେଳ ଶିକ୍ଷକଙ୍କ ଖେଳ ଶେଷ ! ଭିଜିଲାନ୍ସ ସ୍କାନରରେ କ୍ରୀଡା ଶିକ୍ଷକ। ଯାହାଙ୍କର ରହିଛି ଅମାପ ସମ୍ପତ୍ତି। ଏଭଳିକି ପେଟ୍ରୋଲ ପମ୍ପ୍‌ଠୁ ଆରମ୍ଭ କରି ଗ୍ୟାସ୍‌ ଗୋଦାମ ରହିଛି। ଏଭଳି ଜଣେ କୁବେଶ କ୍ରୀଡା ଶିକ୍ଷକଙ୍କ ଘରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଥିବା ଜୟନ୍ତୀପୁର ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି।

ଜନାର୍ଦ୍ଦନଙ୍କ ନିଜ ଘର, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ମୋଟ ୧୧ଟି ସ୍ଥାନରେ ଭିଜିଲାନ୍ସ କରିଛି ରେଡ୍। ଏପର୍ଯ୍ୟନ୍ତ ମିଳିଥିବା ଖବର ମୁତାବିକ ଜନାର୍ଦ୍ଦନଙ୍କର ବ୍ରହ୍ମପୁର ଅନନ୍ତନଗର ଲେନ୍‌ ନଂ୧ରେ ଏକ ୩ ମହଲା ବିଶିଷ୍ଟ କୋଠା ଥିବା ବେଳେ ତାହାର ମୂଲ୍ୟ ୨କୋଟିରୁ ଊର୍ଦ୍ଧ୍ୱ ହେବ।

ଏପରିକି ଘରେ ଚଢ଼ାଉ ବେଳେ ପୁଳା ପୁଳା ନଗଦ ଟଙ୍କା, ସୁନାଗହଣା ଆ୫ଦି ଜବତ ହୋଇଛି। ଏହାବାଦ ୧୦ରୁ ଊର୍ଦ୍ଧ୍ୱ ପ୍ଲଟର କାଗଜ ପତ୍ର ମିଳିଥିବା ବେଳେ ବହୁ ଇନସ୍ୟୁରାନ୍ସ କାଗଜ ମଧ୍ୟ ଜବତ ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.