Odisha Link
Bridging the Missing Links in Odisha

ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ, ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଲୋକସଂଖ୍ୟା ବୃଦ୍ଧି ପାଉଛି। ଗାଡ଼ି ମୋଟର ସଂଖ୍ୟା ମଧ୍ୟ୍ୟ ବୃଦ୍ଧି ଘଟୁଛି। ଏହା ଦ୍ୱାରା ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି।

ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ୫-ଟି ସଚିବ ଭିକେ ପାଣ୍ଡିଆ ଭୋର ରୁ ଶିଶୁ ଭବନ ଚ୍ଛକ , ରବି ଟକିଜ ଛକ କଳ୍ପନା ଚ୍ଛକ, ବେହେରା ସାହି ଛକ . ରସୁଲଗଡ ଚ୍ଛକ, ଓ଼ ଆଇଗିଣିଆ ଚ୍ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ।

ପ୍ରଶାସନ ଏବଂ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ପୁଲିସ କମିଶନର  ଏସ ପ୍ରିୟଦର୍ଶୀ. ପୂର୍ତ ସଚିବ ଭି ଭି ଯାଦବ, ବିଏମସି କମିଶନର କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.