Odisha Link
Bridging the Missing Links in Odisha

ଓଡ଼ିଶାରେ ସମସ୍ତଙ୍କୁ ମାଗଣା ତ୍ରିରଙ୍ଗା

ଓଏଲ୍‌ ବ୍ୟୁରୋ: ସାରା ଦେଶ ଧୁମଧାମରେ ପାଳନ କରିବାକୁ ଯାଉଛି ସ୍ବାଧୀନତାର ଅମୃତ ମହୋତ୍ସବ। ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ପୁରପଲ୍ଲୀଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଆଜାଦୀକି ଅମୃତ ମହୋତ୍ସବର ଝଲକ ଦେଖିବାକୁ ମିଳୁଛି। ଦେଶ ବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖା ଦେଇଛି। ସରକାରୀ ଓ ବେସରକାରୀ ସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି।

ସ୍ୱାଧୀନତାର ୭୫ମ ତମ ପୂର୍ତ୍ତି ଉତ୍ସବ ଅବସରରେ ଓଡିଶା ବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ରାଜ୍ୟ ସରକାର କରିଛନ୍ତି ଘୋଷଣା। ସୂଚନା ଯୋଗ୍ୟ, ମିଶନ ଶକ୍ତିର ସଦସ୍ୟ ମାନେ ତିରିଶ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି।

Leave A Reply

Your email address will not be published.