Odisha Link
Bridging the Missing Links in Odisha

୩ ବର୍ଷ ପରେ ମୟୂରଭଞ୍ଜ ଗସ୍ତରେ ନବୀନ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ

ଓଏଲ୍‌ ବ୍ୟୁରୋ: ମୟୂରଭଞ୍ଜ ଚାଷୀଙ୍କ ପାଇଁ ଭଲ ଖବର। ଆଜି ଜିଲ୍ଲାର ଦୁଇ ପ୍ରାନ୍ତରେ ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ୧୧ଟା ୧୦ରେ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ଟିକିରିପଡ଼ାରେ ଅସ୍ଥାୟୀ ହେଲିକେପ୍ଟର ପଡ଼ିଆରେ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ରାସଗୋବିନ୍ଦପୁର ବ୍ଲକ ଟିକପଦାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ୧୭ ହଜାର ୧୨୧ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ମୟୂରଭଞ୍ଜର ୧୧ ହଜାର ୬୮୮ ହେକ୍ଟର ଓ ବାଲେଶ୍ୱରର ୫,୪୩୩ ହେକ୍ଟର ଚାଷ ଜମି ଜଳସେଚିତ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୟୂରଭଂଜ ଦିନିକିଆ ଗସ୍ତରେ ଆସି କରଞ୍ଜିଆ ବ୍ଲକର ହାତୀବାରି ଠାରେ ଏବଂ ରାସଗୋବିନ୍ଦପୁର ବ୍ଲକର ଟିକପଡା ଠାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଯୋଗଦେଇ ଦେଓ ଜଳ ସେଚନ ପ୍ରକଳ୍ପ ସମେତ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ ସହିତ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ ଯୋଜନାର ଲୋକାର୍ପଣ କରିବେ ବୋଲି ସ୍ଥିର ହୋଇଥିଲା।

ତେବେ ମୟୂରଭଂଜରେ ଲଗାଣ ବର୍ଷା ଏବଂ ପାଗ ଖରାପ ଥିବାରୁ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ କରଂଜିଆ ଗସ୍ତ ବାତିଲ ହୋଇଥିବା ବେଳେ କେବଳ ରାସଗୋବିନ୍ଦପୁର ଗସ୍ତ କାଏମ ରହିଛି ।

Leave A Reply

Your email address will not be published.