Odisha Link
Bridging the Missing Links in Odisha

ଓଡ଼ିଶାରେ ବନ୍ୟା: ବାଙ୍କୀକୁ ଯୋଗାଯୋଗ ବିଚ୍ଛିନ୍ନ

ଓଏଲ୍‌ ବ୍ୟୁରୋ: ଉଛୁଳୁଛି ମହାନଦୀ। ଯାହାଫଳରେ ରାଜ୍ୟରେ ବନ୍ୟା ସ୍ଥିତି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବାଙ୍କୀ ଅଞ୍ଚଳ ସମ୍ପୂର୍ଣ୍ଣ ଜଳବନ୍ଦୀ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ବାଙ୍କୀ ଅଞ୍ଚଳର ଦୁଇଟି ବ୍ଲକ୍‌ରେ ମୋଟ୍ ୩୮ଟି ପଞ୍ଚାୟତ। ଏଥିମଧ୍ୟରୁ ୩୦ଟି ପଞ୍ଚାୟତ, ବାଙ୍କୀ ଏନଏସିର ୧୦ଟି ଓ୍ବାର୍ଡର ଲୋକେ ଜଳବନ୍ଦୀ ହୋଇଛନ୍ତି । ଜନ ଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି।

ବାଙ୍କୀରୁ କଟକ, ଭୁବନେଶ୍ବର, ଖୋର୍ଦ୍ଧା କଳାପଥରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯାତାୟତ ଠପ୍ ହୋଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେତେକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ।

Leave A Reply

Your email address will not be published.