Odisha Link
Bridging the Missing Links in Odisha

ଉଦ୍ଧାର ହେଲେ ବାପପୁଅ, ୪ ଦିନ ହେବ ମହାନଦୀ ମଝିରେ ଫସିଥିଲେ

ଓଏଲ୍‌ ବ୍ୟୁରୋ: ମହନଦୀରେ ବନ୍ୟା। ଉଛୁଳିଥିବା ମହାନଦୀର ବନ୍ୟା ପାଣିରେ ପାଖାପାଖି ୪ ଦିନ ଧରି ଫସି ରହିଥିଲେ ବାପପୁଅ। ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦରେ ପ୍ରାୟ ୫ଦିନ ଧରି ଫସି ରହିଥିବା ଉଭୟ ବାପପୁଅଙ୍କୁ ଉଦ୍ଧାର କରିଛି ଓଡ୍ରାଫ୍‌ ଟିମ୍। ଆଜି ଓଡ୍ରାଫ ଟିମ୍‌ ଉଭୟ ବାପପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଅମଙ୍ଗେଇ କୁଦ ଅଭିମୁଖେ ଯାଇଥିଲା।

କନ୍ଦରପୁରର ବାପପୁଅ ପ୍ରାୟ ୪ ଦିନ ତଳୁ ଛେଳି ଚରାଇବାକୁ ଅମଙ୍ଗେଇ କୁଦକୁ ଯାଇଥିଲେ। ହଠାତ୍ ବନ୍ୟାପାଣି ଆସିଯିବାରୁ ଉଭୟ କୁଦରେ ଫସି ରହିଥିଲେ। ସେମାନଙ୍କ ନିକଟରେ ଖାଦ୍ୟ ପଦାର୍ଥ ନ ଥିବା ବେଳେ ମୋବାଇଲ ବି ସୁଇଚ ଅଫ୍‌ ହୋଇଯାଇଥିଲା। ଫଳରେ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା। ପରେ ଗ୍ରାମବାସୀ ମାନେ ପ୍ରଥମେ ଆଠଗଡ଼ ଉପଜିଲ୍ଲାପାଳ ଓ କଟକ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ପରେ ତାଙ୍କୁ ଟାପୁରୁ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.