Odisha Link
Bridging the Missing Links in Odisha

ସଂସ୍କୃତି ନିର୍ଦ୍ଦେଶକଙ୍କୁ ଭେଟିଲା ପ୍ରକାଶକ ସଂଘ, ପୁସ୍ତକ ମେଳା ନେଇ ଆଲୋଚନା

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଓ ସର୍ବବୃହତ୍ତ ପ୍ରକାଶନ ସଂଘ “ଉତ୍କଳ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘ (UPBA)ର ଏକ ପ୍ରତିନିଧି ଦଳ ସଂସ୍କୃତି ନିର୍ଦେଶକଙ୍କୁ ଭେଟି ପୁସ୍ତକମେଳା ଆୟୋଜନ ନେଇ ଆଲୋଚନା କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ପୁସ୍ତକମେଳା “ଅକ୍ଷର” ସଂକ୍ରାନ୍ତରେ ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସଙ୍କୁ ଭେଟି ପ୍ରତିନିଧି ମଣ୍ଡଳୀ ପାଞ୍ଚଦଫା ପରାମର୍ଶ ସମ୍ବଳିତ ଏକ ପତ୍ର ପ୍ରଦାନ କରିଥିଲେ। ଏ ଅବସରରେ ମେଳା ଆୟୋଜନରେ ନାନାଦି ସଂସ୍କାର ଓ ପ୍ରକାଶକମାନଙ୍କ ସକ୍ରିୟ ସଂପୃକ୍ତି ଆଦି ବିଭିନ୍ନ ପ୍ରସଙ୍ଗରେ ନିର୍ଦେଶକଙ୍କ ସହ ଆଲୋଚନା ହୋଇଥିଲା।

ବୁଧବାର ଅପରାହ୍ଣରେ ରାଜ୍ୟ ସଂସ୍କୃତି ଭବନ ପରିସରରେ ଏହି ଆଲୋଚନା ବେଳେ ୟୁପିବିଏର କାର୍ଯ୍ୟକାରୀ ପରିଷଦର କର୍ମକର୍ତା କ୍ଷୀରୋଦ ପତି (ଅପୂର୍ବା ପ୍ରକାଶନୀ), ବନୋଜ ତ୍ରିପାଠୀ (ପକ୍ଷୀଘର ପ୍ରକାଶନୀ), ପ୍ରଦୀପ୍ତ କୁମାର ବେହୁରା (ଲେଖାଲେଖି), ସରୋଜ ବଳ (ଟାଇମ୍ ପାସ୍) ଓ ଶୁଭ୍ରାଂଶୁ ପଣ୍ଡା (ପେନ୍ ଇନ୍ ବୁକ୍ସ) ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.