Odisha Link
Bridging the Missing Links in Odisha

ବର୍ଷା ଭିଜା ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ। ବର୍ଷା ଭିଜା ମ୍ୟାଚରେ ପଡ଼ୋଶୀ ବାଂଲାଦେଶ ଟିମ୍‌କୁ ୫ ରନ୍‌ରେ ମାତ ଦେଲା ଭାରତୀୟ କ୍ରିକେଟ ଦଳ।

ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା ବାଂଲାଦେଶ ଦଳ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୪ ରନ୍‌ କରିଥିଲା। ହେଲେ ଦିତୀୟ ଇନିଂସରେ ବର୍ଷା ବାଧକ ସାଜିବା ହେତୁ ବାଂଲାଦେଶକୁ ଡିଏଲ୍‌ଏସ୍‌ ମେଥଡ ଅନୁଯାୟୀ ୧୬ ଓଭରରେ ୧୫୧ ରନର ଟାର୍ଗେଟ ରହିଥିଲା। ଯାହାର ଜବାବରେ ବାଂଲାଦେଶ ଦଳ ୧୬ ଓଭରରେ ୬ ଓ୍ବିକେଟ ହରାଇ ୧୪୫ ରନ୍‌ କରିଥିଲା। ଯାହାଫଳରେ ପରାଜିତ ହୋଇଥିଲା ବାଂଲାଦେଶ।

Leave A Reply

Your email address will not be published.