Odisha Link
Bridging the Missing Links in Odisha

“ଟିକା ଦେଇ ଜୀବନ ରଖିଲେ ମୋଦି, ଏବେ ବିଜେପିକୁ ରକ୍ଷାକର”

ହିମାଚଳ ପ୍ରଦେଶର ବିଲାସପୁରରେ ଏକ ସଭାରେ ସମ୍ବୋଧିତ କରି ଜେପି ନଡ୍ଡା କହିଛନ୍ତି ଯେ ଯେଉଁ ଦଳ ଆପଣଙ୍କୁ ଟିକା ପ୍ରସ୍ତୁତ କରି ସୁରକ୍ଷା ଦେଇଥିଲା। ଏବେ ସେହି ଦଳକୁ ସୁରକ୍ଷା ଦେବାର ସମୟ ଆସିଛି।

ଓଏଲ୍‌ ବ୍ୟୁରୋ: ନଭେମ୍ବର ୧୨ ତାରିଖରେ ହେବ ହିମାଚଳ ବିଧାନସଭା ନିର୍ବାଚନ। ଯାହାଫଳରେ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ସରଗରମ ରାଜନୀତି। ଭାରତୀୟ ଜନତା ପାର୍ଟି , କଂଗ୍ରେସ ହିମାଚଳ ପ୍ରଦେଶରେ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ହିମାଚଳ ପ୍ରଚାର କରିବା ସମୟରେ ଟିକା ବଦଳରେ ଭୋଟ ମାଗିଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ହିମାଚଳ ପ୍ରଦେଶର ବିଲାସପୁରରେ ଏକ ସଭାରେ ସମ୍ବୋଧିତ କରି ଜେପି ନଡ୍ଡା କହିଛନ୍ତି ଯେ ଯେଉଁ ଦଳ ଆପଣଙ୍କୁ ଟିକା ପ୍ରସ୍ତୁତ କରି ସୁରକ୍ଷା ଦେଇଥିଲା। ଏବେ ସେହି ଦଳକୁ ସୁରକ୍ଷା ଦେବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ୯ମାସ ମଧ୍ୟରେ ଆମ ଦେଶରେ ୨ଟି ଟିକା ପ୍ରସ୍ତୁତ କଲେ। ପ୍ରଥମେ ଡବଲ ଡୋଜ ଆଉ ଏବେ ବୁଷ୍ଟର ଡୋଜ ଦେଇ କରୋନା ଭଳି ମହାମାରୀରୁ ଆପଣ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ଆମକୁ ସୁରକ୍ଷା ଦେଇଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ବ ଅଟେ। ଆମକୁ ଏବେ ଦଳକୁ ସୁରକ୍ଷା ଦେବାକୁ ପଡିବ।

ସେହିପରି ସଭାରେ ଶ୍ରୀ ନଡ୍ଡା ଆହୁରି କହିଛନ୍ତି ଯେ, କଂଗ୍ରେସ ସରକାର ୧୦ ବର୍ଷ କ୍ଷମତାରେ ରହି କ’ଣ ବିକାଶ କରିଛି ଆପଣମାନେ ବିଚାର କରନ୍ତୁ। କଂଗ୍ରେସ ସମୟରେ ଅଟଲ ଟନେଲ ମାତ୍ର ୧୩୦୦ ମିଟର ନିର୍ମିତ ହୋଇପାରିଥିଲା। କିନ୍ତୁ ନରେନ୍ଦ୍ର ମୋଦିଙ୍କ ସରକାର ଯେବେ ଶାସନକୁ ଆସିଲା ମାତ୍ର ୩ବର୍ଷ ମଧ୍ୟରେ ୧୦କିଲୋମିଟର ଟନେଲ ତିଆରି କରି ବିକାଶର ଏକ ନୂଆ କାହାଣୀ ଲେଖାଯାଇଥିଲା। ଏଭଳି ଦେଶକୁ ବିକାଶର ପଥରେ ନେବାକୁ ଆମକୁ ସାହାଯ୍ୟ କରନ୍ତୁ।

Leave A Reply

Your email address will not be published.