Odisha Link
Bridging the Missing Links in Odisha

୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

ଓଏଲ୍‌ ବ୍ୟୁରୋ: ରାସ୍ତା ପାଇଁ ବୀରମିତ୍ରପୁର ବନ୍ଦ। ଯାହାଫଳରେ ବୀରମିତ୍ରପୁର ବିକାଶମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି। ଯାହାଫଳରେ ଗାଡ଼ି ଚଳାଚଳ ବନ୍ଦ ଥିବା ବେଳେ ଦୋକାନ, ବଜାର ବି ବନ୍ଦ ରହିଛି। ପ୍ରଶାସନର ପ୍ରତିଶୃତି ପାଣିର ଗାର। ଜନତାଙ୍କୁ ଦେଇଥିବା ପ୍ରତିଶୃତି ରଖିଲାନି ପ୍ରଶାସନ। ଯାହାଫଳରେ ତାତିଛନ୍ତି ଲୋକେ।

ବୀରମିତ୍ରପୁର ଦେଇ ଯାଇଥିବା ୧୪୩ ନଂ ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ଦିନ ହେଲା ଏହାର ମରାମତି ପାଇଁ ବୀରମିତ୍ରପୁର ବିକାଶମଞ୍ଚ ପକ୍ଷରୁ ଦାବି ହୋଇ ଆସୁଛି। ଏପରିକି ଦାବି ପୂରଣ ନିମନ୍ତେ ଗତ ୧୭ ତାରିଖରେ ବୀରମିତ୍ରପୁର ଦେଇ ଯାଇଥିବା ୧୪୩ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।

ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ସମୟ ପର୍ଯ୍ୟନ୍ତ ବୀରମିତ୍ରପୁର ଜାତୀୟ ରାଜପଥ ୧୪୩ କୁ ଅବରୋଧ କରାଯାଇଛି। ବୀରମିତ୍ରପୁର ତଲସେରା, ନୂଆ ବସ ଷ୍ଟାଣ୍ଡ, ଚାଇନା ଟାଉନ୍, ଏବଂ ଓଡିଶା ଝାଡ଼ଖଣ୍ଡ ସୀମାରେ ବ୍ୟାରିକେଡ ଲଗାଇ ରାସ୍ତା ଅବରୋଧ କରାଯାଇଛି।ଏଥିଯୋଗୁ ଜାତୀୟ ରାଜପଥ ବନ୍ଦ ରହିବା ସହ ବୀରମିତ୍ରପୁରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଦୁଇ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଛି।

Leave A Reply

Your email address will not be published.