Odisha Link
Bridging the Missing Links in Odisha

ଧର୍ମର ମାସରେ ଶ୍ରୀମନ୍ଦିରରେ ପୁଲିସର ଗୁଣ୍ଡାଗିରି, ଶ୍ରଦ୍ଧାଳୁଙ୍କ ଫାଟିଲା ମୁଣ୍ଡ

ଓଏଲ୍‌ ବ୍ୟୁରୋ: ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ପୁଲିସର ଗୁଣ୍ଡାଗିରି। ଜଣେ ମହିଳା ଶ୍ରଦ୍ଧାଳୁଙ୍କ ମୁଣ୍ଡ ପୁଲିସ ଫଟାଇଦେଇଥିବା ସୂଚନା ରହିଛି। ଆହତ ମହିଳାଙ୍କ ଘର ବ୍ରହ୍ମପୁର ବୋଲି ଜଣାପଡ଼ିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ପଞ୍ଚୁକର ଚତୁର୍ଥ ଦିନରେ ମହିଳା ଜଣଙ୍କ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଶ୍ରୀମନ୍ଦିର ଯାଇଥିଲେ। ଘଣ୍ଟି ଦ୍ୱାର ନିକଟରେ ମହିଳା ଜଣଙ୍କୁ ପୁଲିସ ଅଟକାଇଥିଲା। ଏନଇ ମହିଳା ଓ ପୁଲିସଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ପରେ ଜଣେ ପୁଲିସ କର୍ମଚାରୀ ତାଙ୍କୁ ଠେଲି ଦେଇଥିଲେ। ମହିଳା ଜଣକ ତଳେ ପଡ଼ିଯାଇଥିଲେ, ତାଙ୍କ ମୁଣ୍ଡ ଫାଟିଯାଇଥିଲା। ମାଧୁରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇଯାଇନାହିଁ।

ଅନେକ ଶ୍ରଦ୍ଧାଳୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାପରେ ଶ୍ରୀମନ୍ଦିରର ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁଙ୍କ ଉପରେ ପୁଲିସର ଏପରି କାର୍ଯ୍ୟକୁ ଚାରିଆଡ଼େ ନିନ୍ଦା କରାଯାଇଛି।

Leave A Reply

Your email address will not be published.