Odisha Link
Bridging the Missing Links in Odisha

ଜିନ୍ଦଲ ଗେଷ୍ଟ ହାଉସରୁ ମିଳିଲା ମୃତଦେହ, ହତ୍ୟା ଅଭିଯୋଗ

ଓଏଲ୍‌ ବ୍ୟୁରୋ: ଜିନ୍ଦଲ ଗେଷ୍ଟ ହାଉସରୁ ମିଳିଲା ମୃତଦେହ। ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ଅଞ୍ଚଳର ବରସୁଆଁ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାରର ଗେଷ୍ଟ ହାଉସରୁ ମୋତିରାମ ତିୱାରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ହେଉଛନ୍ତି ଜିନ୍ଦଲର ଜଣେ କର୍ମଚାରୀ।

ତଦନ୍ତ ପାଇଁ ଲହୁଣିପଡା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତି ସାଇନଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଂଚିଛନ୍ତି। କେଉଁ କାରଣରୁ ଓ କାହିଁକି ରେଳ ସାଇଡିଂ ଅଧିକାରୀଙ୍କୁ ହତ୍ୟା କରାଗଲା। ହତ୍ୟା ପଛର କାରଣ କଣ ବର୍ତ୍ତମାନ ସୁଦ୍ଧା କିଛି ଜଣା ପଡି ନାହିଁ।

ପର୍ବ ଘଟଣା ଅନୁସାରେ ବରସୁଆଁ ରେଳ ସାଇଡିଂ ରେ ବହୁ ସମୟରୁ ଉତ୍ତେଜନା ହୋଇ ଆସିଥିଲା। ଜିନ୍ଦଲ ଅଧିକାରୀ ଙ୍କ ମୃତ୍ୟୁ ପଛର ରହସ୍ୟ ତଦନ୍ତ ପରେ ସମ୍ପୂର୍ଣ ଜଣା ପଡ଼ିବ। ବିଶେଷ ତଥ୍ୟ ରୁ ଯାହା ଅନୁମାନ କରାଯାଉଛି ମୃତ୍ୟୁ ପଛର କାରଣ ବୋଧେ ପୁରୁଣା ଉତେଜନା ରୁ ସୃଷ୍ଟି ହୋଇଥିବା ଶତ୍ରୁତା କାରଣ ହୋଇପାରେ। କିନ୍ତୁ ଗେଷ୍ଟ ହାଉସ ରେ ମୃତ ଦେହ ଉଦ୍ଧାର ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ ବଡ ପ୍ଲାଣ୍ଟର କର୍ମଚାରୀ ଙ୍କୁ ମୃତ୍ୟୁର କାରଣ କଣ ହୋଇପାରେ ତାହା ସମ୍ପୂର୍ଣ ତଦନ୍ତ ପରେ ଜଣା ପଡିବ।

Leave A Reply

Your email address will not be published.