ନଭେମ୍ବର ୮ରେ ଏ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୮ ତାରିଖରେ ସଂଗଠିତ ହେବ ଏ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ। ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଏକ ମହାଜାଗତିକ ଘଟଣା। ପରାଗ ଓ ଗ୍ରହଣ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ରର ଓ ପୃଥିବୀର ଏକ ବିଶେଷ ଅବସ୍ଥିତି ରେ ଘଟିଥାଏ । ବିଭିନ୍ନ ଦେଶର ବୈଜ୍ଞାନିକ ମାନେ ପ୍ରସ୍ତୁତ ଅଛନ୍ତି ଏହି ସମୟରେ ପରୀକ୍ଷା ନିରୀକ୍ଷା ପାଇଁ। ବିଜ୍ଞାନର ବ୍ୟାଖ୍ୟାନରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ ଓ ଏଥିରୁ ସମ୍ପୂର୍ଣ ବାହାରିଗଲା ପରେ ଗ୍ରହଣ ଶେଷ ହୁଏ।
ଅନେକ ସମୟରେ ଚନ୍ଦ୍ର ଛାୟା ଭିତରେ ପ୍ରବେଶ ନକରି ଭକବଳ ଉପଛାୟାରେ ପ୍ରବେଶ କରି ବାହାରି ଯାଇଥାଏ। ଯେହେତୁ ଚନ୍ଦ୍ର ଉପଛାୟାର ଥିବା ସମୟରେ ଖାଲି ଆଖିରେ ଦେଖିହୁଏ ନାହିଁ। ବୋଧେ ସେଥିପାଇଁ ଆମ ଶାସ୍ତ୍ରରେ ଏହାକୁ ଗ୍ରହଣ ରୂପେ ଗଣନା କରାଯାଏ ନାହିଁ ଓ କୌଣସି ପଞ୍ଜିକା ରେ ଏହା ଉଲ୍ଲେଖ ନାହିଁ କିନ୍ତୁ ବେଇଜ୍ଞାନିକ ମାନେ ଏହାକୁ ଗ୍ରହଣ ରୂପେ ଗଣନା କରନ୍ତି କାରଣ ଏଠି ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡୁଛି।
ପୂର୍ଣ୍ଣ ଗ୍ରହଣ ଏକ ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହବ। ଏହାର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ। ଆକାଶ ମେଘ ମୁକ୍ତ ରହିଲେ ଏହା ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରେ ଦେଖିହେବ।