Odisha Link
Bridging the Missing Links in Odisha

ମହାନଦୀରେ ବୁଡ଼ିଗଲେ ବ୍ୟବସାୟୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏସବୁ ମଧ୍ୟରେ ମହାନଦୀରେ ଘଟିଛି ଅଘଟଣ। ବାଲିଯାତ୍ରା ପଡ଼ିଆ ତଳ ମହାନଦୀରେ ଗାଧୋଇବା ବେଳେ ବୁଡ଼ି ଜଣେ ବ୍ୟବସାୟୀ ନିଖୋଜ ହୋଇଥିବା ସୂଚନା ମିଳିଛି।

ନିଖୋଜ ଯୁବକ ହେଉଛନ୍ତି ବିହାର ଅଞ୍ଚଳର ଏମଡି ଇସାଦ।ସେ ବ୍ୟବସାୟୀ ଜଣକ ବିହାରରୁ ଆସିଥିଲେ ବ୍ୟବସାୟ ପାଇଁ। ବ୍ୟବସାୟୀଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଓ ପୁଲିସର ଉଦ୍ୟମ ଜାରି ରହିଛି।ଆଶା କରାଯାଉଛି ବ୍ୟବସାୟୀଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଓ ପୁଲିସ ସଫଳ ହେବେ।

ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା। ଆଜିଠୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଏବେ ଲୋକ ମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଦୀର୍ଘ ଦୁଇବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖା ଦେଇଛି। କମିଶନରେଟ ପୁଲିସ ଦ୍ୱାରା କଡା ସୁରକ୍ଷା ତଥା ବ୍ୟାପକ ବ୍ୟବସ୍ତା ଜାରି କରାଯାଇଛି।

Leave A Reply

Your email address will not be published.