Odisha Link
Bridging the Missing Links in Odisha

ଆଜିଠୁ ବାଲିଯାତ୍ରା : ପ୍ଲାଷ୍ଟିକ୍‌ ବୋତଲ ଫେରାଇଲେ ମିଳିବ ୫ଟଙ୍କା

ଏଥର ଗ୍ରୀନ୍‌ ବାଲିଯାତ୍ରା

କଟକ: ଆଜିଠୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ଚଳଚଞ୍ଚଳ କଟକ ବାଲିଯାତ୍ରା ପଡ଼ିଆ। ପୂର୍ବରୁ ବେପାରୀଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ ଆଜିଠୁ ଲୋକଙ୍କ ଗହଳି ଦେଖିବାକୁ ମିଳିବ। ଦୋକାନ, ବଜାର ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଏଥିପାଇଁ ପ୍ରସ୍ତୁତି ଶେଷ। ସବୁଠୁ ବଡ଼କଥା ହେଲା ଚଳିତ ଥର ବାଲିଯାତ୍ରାକୁ ଗ୍ରୀନ୍‌ ବାଲିଯାତ୍ରା ସ୍ଲୋଗାନ୍‌ ଦେଇଛି ସିଏମସି।

ସବୁଠୁ ବଡ଼କଥା ହେଲା ଏଠାରେ ୨୪ଟି ସ୍ୱତନ୍ତ୍ର ଷ୍ଟଲ ତିଆରି ହୋଇଛି, ଯେଉଁଠି ପ୍ଲାଷ୍ଟିକ ବୋତଲ ଫେରାଇଲେ ଟଙ୍କା ଫେରାଇବା ବ୍ୟବସ୍ଥା କରାଯାଇଛି। ପଡ଼ିଆ ଭିତରେ ପାଣି ବୋତଲ ଗୋଟାକୁ ୨୫ ଟଙ୍କାରେ ବିକ୍ରି କରାଯିବ। କ୍ୟୁଆର କୋଡ୍ ଥିବା ଏହି ବୋତଲକୁ ଫେରାଇଲେ ୫ଟଙ୍କା ଫେରସ୍ତ କରାଯିବ। ଏଥିପାଇଁ ତିଆରି ହୋଇଛି ୨୪ ଟି ସ୍ୱତନ୍ତ୍ର ଷ୍ଟଲ। ତେବେ ବାଲିଯାତ୍ରାରେ ଚଢା ପାର୍କିଂ ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସେପଟେ ଲକ୍ଷାଧିକ ଲୋକଙ୍କ ଭିଡ଼କୁ ଦୃଷ୍ଟି ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି କମିଶନରେଟ୍ ପୁଲିସ। କଟକ ଡିସିପି ପୀନାକ ମିଶ୍ର କହିଛନ୍ତି, ଏଠାରେ ନୂଆ କରି ଖୋଲାଯାଇଥିବା ପୁଲିସ ସପୋର୍ଟ ପୋଷ୍ଟରେ ଅନ୍ ସ୍ପଟ୍ ଏତଲା ଦେବାର ବ୍ୟବସ୍ଥା କରାଯାଇଛି। ତଳ ଓ ଉପର ବାଲିଯାତ୍ରା ପଡିଆ ରହିଛି ସିସିଟିଭି ବଳୟରେ। ଭିଡ ନିୟନ୍ତ୍ରଣ ପାଇଁ ରହିବେ ୫୦ ପ୍ଲାଟୁନ୍ ଫୋର୍ସ।

Leave A Reply

Your email address will not be published.