Odisha Link
Bridging the Missing Links in Odisha

ଚିକିତ୍ସିତ ଅବସ୍ଥାରେ ସ୍ୱାମୀକୁ ଛାଡି ମେଡିକାଲରୁ ପଳାଇଲେ ସ୍ତ୍ରୀ

ଗତ ୭ ତାରିଖ ଦିନ ସ୍ବାମୀଙ୍କ ଚିକତ୍ସା ପାଇଁ ତାଙ୍କ ସହିତ ସୁମିତ୍ରା କଟକ ବଡ଼ ମେଡିକାଲକୁ ଯାଇଥିଲେ। ଟିକେଟ କରିବାକୁ ଯାଇ ଆଉ ଫେରିନଥିଲେ ମହିଳା।

ଓଏଲ୍ ବ୍ୟୁରୋ : କଟକ ମେଡିକାଲକୁ ସ୍ବାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀ ସାଙ୍ଗରେ ଯାଇଥିଲେ । ହସ୍ପିଟାଲରେ ଟିକେଟ କରିବାକୁ ଯାଇଥିଲେ ସ୍ତ୍ରୀ ପରେ ନିଖୋଜ ହୋଇଥିବାର ଜଣା ପଡ଼ିଛି। ନିଖୋଜ ହୋଇଥିବା ମହିଳା ହେଉଛନ୍ତି କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତର ସୁମିତ୍ରା ସ୍ବାଇଁ । ଗତ ୭ ତାରିଖ ଦିନ ସ୍ବାମୀଙ୍କ ଚିକତ୍ସା ପାଇଁ ତାଙ୍କ ସହିତ ସୁମିତ୍ରା କଟକ ବଡ଼ ମେଡିକାଲକୁ ଯାଇଥିଲେ। ଟିକେଟ କରିବାକୁ ଯାଇ ଆଉ ଫେରିନଥିଲେ ମହିଳା।

ଅତ୍ୟଧିକ ବିଳମ୍ବ ହେବାରୁ ସ୍ବାମୀ ରମାକାନ୍ତ ସ୍ବାଇଁ ବହୁତ ଖୋଜାଖୋଜି କରିଥିଲେ। ଅନେକ ସମୟ ଖୋଜା ଖୋଜି ପରେ ନପାଇବାରୁ ସେ ନିରାଶ ହୋଇ ଘରକୁ ଫେରିଥିଲେ । ଘରଲୋକ ସମସ୍ତେ ଖୋଜା ଖୋଜି କରିଥିଲେ ।ପରେ ସୁମୀତ୍ରାଙ୍କ ବାପଘରକୁ ଖବର ଦିଆଯାଇଥିଲା । ତାଙ୍କ ବାପଘର ଲୋକେ ବିଭିନ୍ନ ସ୍ଥାନ ମାନଙ୍କରେ ବୁଝିଥିଲେ। କଟକ ରେଳ ଷ୍ଟେସନ୍, ପାଖ ପୋଲିସ ଷ୍ଟେସନ୍ ସମେତ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବାପ ଘର ଲୋକେ ।

ଘଟଣାକୁ ଦୀର୍ଘ ସାତ ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ୍ ସୁଦ୍ଧା ସୁମିତ୍ରାଙ୍କ ପତ୍ତା ମିଳିନାହିଁ।ସୁମିତ୍ରାଙ୍କ ଘରଲୋକ କହିବା ଅନୁସାରେ ଶାଶୁଘର ଲୋକେ ବାରମ୍ୱାର ନିର୍ଯାତନା ଦେଉଥିଲେ । ମାମଲା ବିଷୟରେ ସୁମିତ୍ରାଙ୍କ ଶାଶୁଙ୍କୁ ପଚାରିବାରୁ ଘରେ ଝଗଡ଼ା ଲାଗି ରୁହେ ବୋଲି କହିଛନ୍ତି ତାଙ୍କ ଶାଶୁ । ହେଲେ ସୁମିତ୍ରା କୁଆଡେ ଗଲା ବୋଲି ଆମେ ଜାଣିନୁ ବୋଲି କହିଥିଲେ ତାଙ୍କ ଶାଶୁ ।

Leave A Reply

Your email address will not be published.