Odisha Link
Bridging the Missing Links in Odisha

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀର ଗ୍ରାମ୍ୟ ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି । ଅଙ୍ଗନବାଡ଼ି କର୍ମୀ ଓ ରିଆମାଳ ଚାଇଲଡ ଲାଇନ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ ।

ଓଏଲ୍ ବ୍ୟୁରୋ : ସତରେ ମଣିଷ କଣ ନିଜର ମାନବିକତା ଭୁଲିଗଲାଣି ! ଝିଅ ଜନ୍ମ କଣ ଆଜିବି ବୋଝ । ନିଜ ଜନ୍ମକଲା ମା କିପରି ନିଜ କନ୍ୟା ସହ ଏପରି କରିପାରେ । ଟିଙ୍କବୀର ଜଙ୍ଗଲରୁ ଏକ ଦୁଃଖଦ ଘଟଣା । ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀର ଗ୍ରାମ୍ୟ ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି ।

ଅଙ୍ଗନବାଡ଼ି କର୍ମୀ ଓ ରିଆମାଳ ଚାଇଲଡ ଲାଇନ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ । ପ୍ରଥମେ ଛତାବାର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଶିଶୁକୁ । ଶିଶୁକନ୍ୟା ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଶିଶୁକନ୍ୟାକୁ ଏମିତି ଜଙ୍ଗଲରେ ଛାଡ଼ିଦେବା ଅତ୍ୟନ୍ତ ଦୁଃଖର କାରଣ । କନ୍ୟାର ମାତୃତ୍ବ ଓ ଲୋକଲଜ୍ଜା ଭୟରେ କେହି ଜଙ୍ଗଲରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ପୋଲିସ ଏ ତୁରନ୍ତ ସମ୍ବନ୍ଧରେ ତଦନ୍ତ ଆରମ୍ଭ କରୁଛି ।

Leave A Reply

Your email address will not be published.