Odisha Link
Bridging the Missing Links in Odisha

ନାମାଙ୍କନ ଭରିଲେନି ପ୍ରଦୀପ ପୁରୋହିତ, ଚାଷୀଙ୍କ ସହ କଲେ ଆଲୋଚନା

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ଦେଖିବାକୁ ମିଳିଛି ରୋଚକ ସ୍ଥିତି। ବିରାଟ ପଟୁଆର ଧରି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ସାଥିରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ଅନ୍ୟ ନେତାମାନେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖାପାଖି ପହଁଞ୍ଚିଥିଲେ ସୁଦ୍ଧା ସେଠାରୁ ଫେରି ଯାଇଥିଲେ ପ୍ରଦୀପ ପୁରୋହିତ। ଚାଷୀଙ୍କ ସମସ୍ୟା ସରକାର ବୁଝିନଥିବାରୁ ନାମାଙ୍କନ ଭରିଲେନି ପ୍ରଦୀପ ପୁରୋହିତ ଆନ୍ଦୋଳନରେ ବସିଥିବା ଚାଷୀ ଭାଇଙ୍କ ସହ ବସି କଲେ ଆଲୋଚନା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସୁରେଶ ପୂଜାରୀ ଓ ପ୍ରଦୀପ ପୁରୋହିତ ଚାଷୀଙ୍କ ପାଖକୁ ଯାଇ ବହୁ ସମୟ ଧରି ଆଲୋଚନା କରିଥିଲେ। ଚାଷୀକୂଳ ସହିତ ବିଜେପି ସରକାର ସବୁବେଳେ ଅଛି ବୋଲି ବିଜେପି ନେତା ମାନେ ଦେଇଥିଲେ ପ୍ରତିଶୃତି। ୧୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବା ସମୟ ସୀମା ଥିବାବେଳେ ବିଜେପି ପ୍ରାର୍ଥୀ କେବେ ପ୍ରାର୍ଥିପତ୍ର ଦାଖଲ କରିବେ ସେ ନେଇ ଖୁବଶିଘ୍ର ଦଳ ପକ୍ଷରୁ ସୂଚନା ଦିଆଯିବ ବୋଲି ଦଳର ବରିଷ୍ଠ ନେତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.